Masthead

ମାଟି ଚୋରା ଚାଲାଣ, ବିପଦରେ ନଦୀ

ପଦ୍ମପୁର(ବଡ଼ ଖବର ବ୍ୟୁରୋ): ପଦ୍ମପୁର ନିକଟସ୍ଥ ଲୁହୁରାକୋଟ ଗାଁ ଦେଇ ବହୁଛି ଅଙ୍ଗ ନଦୀ । ନଦୀକୁଳରୁ ଅବୈଧ ମାଟି ଚେରା ଚାଲାଣ ଯୋଗୁଁ ଅବବାହିକା ଏବେ ବିପଦରେ । ସୁକୁଳିପାହାଡ ଗ୍ରାମରୁ ସରାଇକେଲା ଲିପ୍ଟ ଇରିଗେସନ ପଏଣ୍ଟ ମଧ୍ୟରେ ନଦୀ ଅବବାହିକାର ରୂପରେଖ ସଂପୂର୍ଣ୍ଣ ବଦଳିଗଲାଣି । କେତେକ ଜାଗାରେ ୧୦-୧୨ ଫୁଟରୁ ଅଧିକ ଅଂଚଳରୁ ମାଟି ଖୋଳା ଯାଇ ଚାଲାଣ ହୋଇଛି । ଏହିପରି କାର୍ଯ୍ୟ ଦୀର୍ଘ ଦୁଇବର୍ଷରୁ ଉଦ୍ଧ୍ୱର୍ ସମୟ ଧରି ଚାଲିଛି । ହେଲେ ପ୍ରଶାସନର ଚେତା ପଶୁ ନାହିଁ । ବଡ ଧରଣର ବନ୍ୟା ଆସିଲେ ନଦୀର ଗତିପଥ ବଦଳାଇ ପଦ୍ମପୁର ମୁଖ୍ୟରାସ୍ତାକୁ ଧୋଇ ଦେବାର ସମ୍ଭାବନା ରହିଛି । ନଦୀ ଅବବାହିକାରୁ ମାଟି ଉଠାଉଛି କିଏ? କେଉଁ ଅଧିକାରୀ କେତେ ପରିମାଣର ମାଟି ଉଠାଇବା ଅନୁମତି ଦେଇଛନ୍ତି? ପରିବେଶ ମଞ୍ଜୁରୀ ପାଇଛନ୍ତି କି ନାହିିଁ? ମୃତ୍ତିକା କ୍ଷୟ ରୋକିବା ପାଇଁ କେତେ ଗଛ ଲଗାଇବେ? ରାସ୍ତା ମରାମତି କିଏ କରିବ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି । ରାସ୍ତାରେ ପ୍ରତିଦିନ ଅନେକ ଅଧିକାରୀ ଯିବାଆସିବା କରନ୍ତି । ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜୁ ଥିବାରୁ ଅଧିକାରୀ ଏବଂ ମାଫିଆମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଲୋକେ ଚର୍ଚ୍ଚା କରୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ