Masthead

ଜମିବାଡିକୁ ନେଇ ସଂଘର୍ଷ

ଡେଲାଙ୍ଗ(ବଡ଼ ଖବର ବ୍ୟୁରୋ): ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ହରିରାଜପୁର ଗ୍ରାମରେ ସଂଘର୍ଷ । ଜମିବାଡି ଓ ପୂର୍ବ ଶତ୍ରୁତାକୁ ନେଇ ହରିରାଜପୁର ଗ୍ରାମରେ ଦୁଇ ପରିବାର ମଧ୍ୟରେ ଘଟିଛି ସଂଘର୍ଷ । ଗ୍ରାମର କବିତା ପ୍ରଧାନ, ତାଙ୍କ ସ୍ୱାମୀ କାଳନ୍ଦି ପ୍ରଧାନ ଓ ପୁଅ, ଝିଅଙ୍କ ଉପରେ ହୋଇଛି ଆକ୍ରମଣ । ଆଜି ସକାଳେ ତାଙ୍କ ପଡୋଶୀମାନେ କବିତାଙ୍କ ଘରର ପାଚୋରି ଡେଇଁଥିଲେ । କିଛି ବୁଝିବା ଆଗରୁ ଲୁହାଛଡ, ପାଣିପାଇପ, ସାବଳ ଓ କଟୁରୀରେ କବିତା ଓ ତାଙ୍କ ପରିବାରଙ୍କୁ ଆକ୍ରମଣ କରିଥିଲେ । କବିତାଙ୍କୁ ମାଡ ମାରୁଥିବା ବେଳେ ତାଙ୍କ ଝିଅ ଭିଡିଓ ରେକଡିଂ କରୁଥିଲେ । ଆକ୍ରମଣକାରୀମାନେ ଝିଅକୁ ମାଡ ମାରିବା ସହିତ ମୋବାଇଲ ମଧ୍ୟ ଛଡାଇ ନେଇଛନ୍ତି । ଆକ୍ରମଣରେ କବିତାଙ୍କ ଗୋଡ ଭାଙ୍ଗିଯାଇଛି । ରତିକାନ୍ତ ପାତ୍ର, ପ୍ରସାନ୍ତ ପାତ୍ର, ସୁଶାନ୍ତ ପାତ୍ର, ମାନସୀ ପାତ୍ର ପ୍ରମୁଖଙ୍କ ନାମରେ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି । ଡେଲାଙ୍ଗ ଥାନା ପକ୍ଷରୁ କୌଣସି କାର୍ୟ୍ୟନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ମହିଳା ସଙ୍ଗଠନ ପକ୍ଷରୁ ଦାବି କରାଯାଇଛି । ଅଭିଯୋଗ ହୋଇଛି, ତଦନ୍ତ ପରେ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡେଲାଙ୍ଗ ଥାନା ଅଧିକାରୀ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର