Masthead

ବିଶ୍ୱ ଧନୀ ତାଲିକାର ୩୩ରେ ଆଦାନୀ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ବିଶ୍ୱ ଧନୀ ତାଲିକାରୁ ତଳକୁ ଖସିଲେ ଆଦାନୀ । ଆଦାନୀ ଗ୍ରୁପ୍ ବିରୋଧରେ ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗର ରିପୋର୍ଟ ଦେଶର ବାଣିଜ୍ୟ ଓ ରାଜନୈତିକ ମହଲକୁ ସରଗରମ କରିଛି। ରିପୋର୍ଟ ଆସିବା ପରଠାରୁ ଆଦାନୀ ଗ୍ରୁପକୁ ଗୋଟେ ପରେ ଗୋଟେ ଝଟକା ଲାଗୁଛି। ଗ୍ରୁପର ବଜାର ମୂଲ୍ୟ ପ୍ରାୟ ୫୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ଏହି ପରିପ୍ରେକ୍ଷୀରେ ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀ ବିଶ୍ଵ ଧନୀ ବ୍ୟକ୍ତିଙ୍କ ତାଲିକାରେ ଟପ୍-୩୦ରୁ ତଳକୁ ଖସି ଯାଇଛନ୍ତି। ଜାନୁଆରି ୨୪ରେ ହିଣ୍ଡେନବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଗୌତମ ଆଦାନୀଙ୍କ ସମ୍ପତ୍ତିର ପରିମାଣ ଏବେ ଦିନକୁ ଦିନ କମିବାରେ ଲାଗିଛି।

ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଆଦାନୀଙ୍କ ସମ୍ପତ୍ତିର ପରିମାଣ ୧୩୦ ବିଲୟନ ଡଲାରରୁ ଅଧିକ ଥିଲା। ଏହା ଏବେ ପ୍ରାୟ ୩୫ ବିଲୟନ ଡଲାରରେ ପହଞ୍ଚିଛି। ଧନୀ ବ୍ୟକ୍ତିଙ୍କ ତାଲିକାର ଏବେ ବିଶ୍ଵରେ ୩୩ ତମ ସ୍ଥାନରେ ପହଞ୍ଚିଛନ୍ତି ଆଦାନୀ । ରିପୋର୍ଟ ଆସିବାର ସପ୍ତାହକ ମଧ୍ୟରେ ଆଦାନୀ ବିଶ୍ଵ ଧନୀ ତାଲିକାର ଟପ୍-୧୦ରୁ ବାହାରିଥିଲେ। ଏହାର କିଛି ଦିନ ମଧ୍ୟରେ ସେ ଟପ୍-୨୦ରୁ ମଧ୍ୟ ତଳକୁ ଖସି ଯାଇଥିଲେ। ଆଦାନୀ ପୂର୍ବ ବର୍ଷ ଯେଉଁ ଅର୍ଥ ଆୟ କରିଥିଲେ, ଏବେ ତାହାକୁ ସେ ହରେଇବାରେ ଲାଗିଛନ୍ତି।

ହିଣ୍ଡନବର୍ଗ ରିପୋର୍ଟ ପ୍ରକାଶ ପାଇବା ପୂର୍ବରୁ ଗୌତମ ଆଦାନୀ ବିଶ୍ୱର ଟପ୍-୧୦ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ରହିଥିଲା। ପୂର୍ବ ବର୍ଷ ସେ ଆମାଜନର ମାଲିକ ଜେଫ୍ ବେଜୋସଙ୍କୁ ପଛରେ ପକାଇ କିଛି ସମୟ ପାଇଁ ବିଶ୍ଵର ତୃତୀୟ ଧନୀ ବ୍ୟକ୍ତି ବନିଯାଇଥିଲେ। ଅନ୍ୟପଟେ ଏବେ ଭାରତର ସବୁଠୁ ଧନୀ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିଛନ୍ତି ମୁକେଶ ଅମ୍ବାନୀ । ସେ ଏବେ ବିଶ୍ୱ ଧନୀ ତାଲିକାର ଆଠ ନମ୍ବର ସ୍ଥାନରେ ରହିଛନ୍ତି। ତାଙ୍କ ସମ୍ପତ୍ତିର ପରିମାଣ ୮୪ ବିଲିୟନ ଡଲାର ରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା