Masthead

ବଚସାରୁ ହତ୍ୟାକାଣ୍ଡ

କୋଇଡା(ବଡ଼ ଖବର ବ୍ୟୁରୋ): କୋଇଡା ବ୍ଲକ କାଲଟା କମଣ୍ଡ ଗ୍ରାମରେ ହତ୍ୟାକାଣ୍ଡ । ଗାଁର ବାଜୁ ମୁଣ୍ଡାଙ୍କୁ କିଛି ଦୁର୍ବୃତ୍ତ ନିର୍ମମ ଭାବେ ହତ୍ୟା କରି ଶବକୁ କୁଅରେ ଫିଙ୍ଗି ଦେଇଛନ୍ତି । ପରିବାର ଲୋକେ ଖୋଜା ଖୋଜି କରି ଥକି ପଡିଥିଲେ, ମାତ୍ର ବାଜୁଙ୍କ ସନ୍ଧାନ ପାଇନଥିଲେ । ବାଜୁଙ୍କୁ ହତ୍ୟା କରାଯାଇଥିବା କୌଣସି ସୁତ୍ରରୁ ଖବର ପାଇ ପରିବାର ଲୋକେ କୋଇଡା ଥାନାରେ ଏତଲା ଦେଇଥିଲେ । କୋଇଡା ପୋଲିସ ଅଗ୍ନିଶମ ବିଭାଗ କର୍ମଚାରୀଙ୍କ ସହାୟତାରେ ୧୭ ଦିନ ପରେ କୁଅରୁ ଗଳିତ ଶବ ଉଦ୍ଧାର କରିଥିଲା । ଶବ ଉଦ୍ଧାର ବେଳେ ମାଜିଷ୍ଟ୍ରେଟ୍ ଭାବେ ପଲ୍ଲବୀ ରାଣୀ ରାଜ, ଏସଡିପିଓ ସୌରଭ ଓତା, ଆଇଆଇସି ରାମଚନ୍ଦ୍ର ବିଶ୍ୱାଳ ଉପସ୍ଥିତ ଥିଲେ । ପୋଲିସ ଶବକୁ ଲହୁଣୀପଡା ଡାକ୍ତରଖାନା ବ୍ୟବଛେଦ ପାଇଁ ପଠାଇଛି । ଖୁବଶୀଘ୍ର ଦୋଷୀଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି