Masthead

ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ

ରାୟଗଡା(ବଡ଼ ଖବର ବ୍ୟୁରୋ): ସିପିଆଇ ମାଓବାଦୀ ସଙ୍ଗଠନ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ସହିଦ ସପ୍ତାହ । ବିପ୍ଲବୀ ସାଥୀଙ୍କୁ ସାଲାମ ଦେବାପାଇଁ ମାଓବାଦୀମାନେ ୧ସପ୍ତାହ ଧରି ସହିଦ ସପ୍ତାହ ପାଳନ କରିବେ । ରାଗୟଡା ଜିଲ୍ଲାରେ ବାଶଧାରା-ଘୁମସର-ନାଗବଳୀ ଡିଭିଜନ ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଓ ବ୍ୟାନର ଲାଗିଛି । ଏହି ସମୟରେ ମାଓବାଦୀମାନେ ନିଜର ଉପସ୍ଥିତିକୁ ଜାହିର କରିବା ପାଇଁ ବିଭିନ୍ନ ସ୍ଥାନରେ ହିଂସା କରିବାକୁୁ ପଛାଇ ନଥାନ୍ତି । ଆଭ୍ୟନ୍ତରିଣ ସ୍ଥାନରେ ବିପ୍ଲବୀ ସାଥୀଙ୍କ ଉଦ୍ଦେଶ୍ୟରେ ସ୍ଥାୟୀ ଓ ଅସ୍ଥାୟୀ ସହିଦ ସ୍ତମ୍ଭମାନ ନିର୍ମାଣ କରି ସାଲାମୀ ଦେଇଥାନ୍ତି । ଏହାକୁ ଦୃଷ୍ଟିରେ ରଖି ରାୟଗଡା ଜିଲ୍ଲା ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯଇଛି । ଜିଲ୍ଲାର କଲ୍ୟାଣସିଂହପୁର, କାଶୀପୁର, ମୁନିଗୁଡା, ବିଷମକଟକ, ଆମ୍ବାଦଳା, ଚନ୍ଦ୍ରପୁର ଏବଂ ଗୁଡାରୀ ଥାନା ଇଲାକାରେ କମ୍ବିଂ ଜୋର୍ଦାର କରାଯାଇଛି । ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ କରାଯିବା ସହ ବ୍ଲକିଙ୍ଗି ଓ ଚେକିଙ୍ଗ ଜାରିରହିଛି । ଏସଓଜି ଜବାନଙ୍କ ସହ ବିଏସଏଫ ଓ ସିଆରପିଏଫ ଜବାନଙ୍କ ଦ୍ୱାରା ସର୍ଚ୍ଚ ଅପରେସନ ଜାରିରହିଥିବା ଏସପି ସୂଚନା ଦେଇଛନ୍ତି । ସୀମାନ୍ତ କନ୍ଦମାଳ ଓ କଳାହାଣ୍ଡି ଇଲାକାର ସମ୍ବେଦନଶୀଳ ଇଲାକାକୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ରାୟଗଡା ସହରର ୩ଟି ପ୍ରବେଶପଥରେ ପୋଲିସର ତଲାସି ଅଭିଯାନ ଜାରିରହିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା