Masthead

ଭିତରକନିକାରେ ଶେଷହେଲା ସ୍ତନ୍ୟପାୟୀ ପ୍ରାଣୀ ଗଣନା

ରାଜନଗର (ବଡ଼ ଖବର ବ୍ୟୁରୋ): ଭିତରକନିକା ଜାତୀୟ ଉଦ୍ୟାନରେ ସ୍ତନ୍ୟପାୟୀ ପ୍ରାଣୀ ଗଣନା ଶେଷ ହୋଇଛି । ଗତମାସ ନଭେମ୍ବର ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ଗଣନା କରାଯାଇଥିଲା । ଏହି ଗଣନା ୫ଟି ରେଞ୍ଜର ୧୧ଟି ବିଟରେ କରାଯାଇଥିଲା । ଚଳିତବର୍ଷ ୭୯୦୪ଟି ସ୍ତନ୍ୟପାୟୀ ପ୍ରାଣୀ ଗଣନା କରାଯାଇଛି । ଗତବର୍ଷ ୮୧୦୫ଟି ସ୍ତନ୍ୟପାୟୀ ପ୍ରାଣୀ ଗଣନା କରାଯାଇଥିଲା । ଚଳିତବର୍ଷ ୨୦୧ଟି ସ୍ତନ୍ୟପାୟୀ ପ୍ରାଣୀ କମିଥିବା ସୂଚନା ମିଳିଛି । ରାଜକନିକା,ରାଜନଗର,ଗହିରମଥା,ମହାକାଳପଡା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ଗଣନା କରାଯାଇଥିଲା । ବିଲୁଆ,ଓଧ,ନେଉଳ,ଚିତାବିଲେଇ,ହରିଣ,ବାରହା , ପାତିମାଙ୍କଡ,ଠେକୁଆ,ହେଟାବାଘ,କୋକିଶିଆଳୀ ପ୍ରଭୃତି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଗଣନା କରାଯାଇଛି । ଏହି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଚଳିତବର୍ଷ ହରିଣ ସଂଖ୍ୟା ବଢିଛି ଏବଂ ବାରହା ସଂଖ୍ୟା କମିଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି । କମିଥିବା ସ୍ତନ୍ୟପାୟୀ କୁଆଡେ ଗଲେ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଜାତୀୟ ଉଦ୍ୟାନରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢିଥିବା ସନ୍ଦେହ କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା