Masthead

ଭିତରକନିକାରେ ଶେଷହେଲା ସ୍ତନ୍ୟପାୟୀ ପ୍ରାଣୀ ଗଣନା

ରାଜନଗର (ବଡ଼ ଖବର ବ୍ୟୁରୋ): ଭିତରକନିକା ଜାତୀୟ ଉଦ୍ୟାନରେ ସ୍ତନ୍ୟପାୟୀ ପ୍ରାଣୀ ଗଣନା ଶେଷ ହୋଇଛି । ଗତମାସ ନଭେମ୍ବର ୨୩ ତାରିଖରୁ ୨୫ତାରିଖ ପର୍ୟ୍ୟନ୍ତ ଗଣନା କରାଯାଇଥିଲା । ଏହି ଗଣନା ୫ଟି ରେଞ୍ଜର ୧୧ଟି ବିଟରେ କରାଯାଇଥିଲା । ଚଳିତବର୍ଷ ୭୯୦୪ଟି ସ୍ତନ୍ୟପାୟୀ ପ୍ରାଣୀ ଗଣନା କରାଯାଇଛି । ଗତବର୍ଷ ୮୧୦୫ଟି ସ୍ତନ୍ୟପାୟୀ ପ୍ରାଣୀ ଗଣନା କରାଯାଇଥିଲା । ଚଳିତବର୍ଷ ୨୦୧ଟି ସ୍ତନ୍ୟପାୟୀ ପ୍ରାଣୀ କମିଥିବା ସୂଚନା ମିଳିଛି । ରାଜକନିକା,ରାଜନଗର,ଗହିରମଥା,ମହାକାଳପଡା ଓ କୁଜଙ୍ଗ ୫ଟି ରେଞ୍ଜରେ ଏହି ଗଣନା କରାଯାଇଥିଲା । ବିଲୁଆ,ଓଧ,ନେଉଳ,ଚିତାବିଲେଇ,ହରିଣ,ବାରହା , ପାତିମାଙ୍କଡ,ଠେକୁଆ,ହେଟାବାଘ,କୋକିଶିଆଳୀ ପ୍ରଭୃତି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ଗଣନା କରାଯାଇଛି । ଏହି ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ମଧ୍ୟରେ ଚଳିତବର୍ଷ ହରିଣ ସଂଖ୍ୟା ବଢିଛି ଏବଂ ବାରହା ସଂଖ୍ୟା କମିଥିବା ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାସ ସୂଚନା ଦେଇଛନ୍ତି । କମିଥିବା ସ୍ତନ୍ୟପାୟୀ କୁଆଡେ ଗଲେ ତାକୁ ନେଇ ପ୍ରଶ୍ନବାଚି ସୃଷ୍ଟି ହୋଇଛି । ଜାତୀୟ ଉଦ୍ୟାନରେ ଶିକାରୀଙ୍କ ପ୍ରାଦୁର୍ଭାବ ବଢିଥିବା ସନ୍ଦେହ କରାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ