Masthead

ମାତାଜୀ କାନ୍ଧରେ ମାଆ-ଝିଅଙ୍କ ବୋଝ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ମଣିଷ ଜୀବନ ଦୁର୍ଲଭ ଜୀବନ ବୋଲି ପୁରାଣରେ ଲେଖାଅଛି ।ଆମେ ଆପଣଙ୍କୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନଛିବିନ୍ଦା ଗ୍ରାମର ଏମିତି ଜଣେ ମଣିଷଙ୍କ କଥା କହୁଛୁ, ପଢିଲେ ବିଶ୍ୱାସ କରିପାରିବେ ନାହିଁ । ଆମେ କହୁଛୁ ନଛିବିନ୍ଦା ଗ୍ରାମର ମାତାଜୀ ବାରିକଙ୍କ ପରିବାର କଥା । ମାତାଜୀ ବାରିକ। ବୟସ ୫୦ରୁ ଅଧିକ ହେବ । ୮୦ବର୍ଷର ଅକର୍ମଣ୍ୟ ମାଆ ଓ ଭିନ୍ନକ୍ଷମ ଝିଅଙ୍କ ବୋଝ ବୋହି ଚାଲିଛନ୍ତି ମାତାଜୀ । ସରକାର ଏହି ପରିବାରକୁ ମାସକୁ କିଛି ଚାଉଳ ଓ ଭତ୍ତାଦେଇ ହାତ ଉପରକୁ ଟେକି ଦେଇଛନ୍ତି । ଏହି ଅସହାୟ ପରିବାରଙ୍କ ରହିବା ପାଇଁ ଜାଗା ଖଣ୍ଡିଏ ନାହିଁ ।ସେମାନେ ବହୁ ଅସୁବିଧାରେ ରହୁଛନ୍ତି । ଖାଇବା କଥା ନକହିବା ଭଲ। ଓଳିଏ ଖାଇଲେ ଆରଓଳି ଉପାସ। ମାତାଜୀଙ୍କୁ ଅନାଇ ବସିଥାନ୍ତି ମାଆ ଆଉ ଝିଅ । ହାତରେ ଖୁଆଇ ନଦେଲେ ସେମାନେ ନିଜ ହାତରେ ଖାଇ ପାରନ୍ତି ନାହିଁ । ଘରଖଣ୍ଡେ ନଥିବାରୁ ଗାଁରେ ଥିବା କ୍ଲବଘରେ ଦୁଇବର୍ଷ ହେବ ଏମାନେ ରହିଆସୁଛନ୍ତି । ଏମିତି କି କେହି ଖାଇବାକୁ ଦେଲେ ମନା କରନ୍ତିନି। ନମଳିିଲେ ଉପାସ। ଗରିବ ଅସହାୟ ଲୋକଙ୍କ ପାଇଁ ମାଳ ମାଳ ଯୋଜନା ସରକାର କରୁଛନ୍ତି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ଏହି ଅସହାୟ ପରିବାରରକୁ ସରକାର ମୁଣ୍ଡଗୁଞ୍ଜିବା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି