ମାତାଜୀ କାନ୍ଧରେ ମାଆ-ଝିଅଙ୍କ ବୋଝ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ): ମଣିଷ ଜୀବନ ଦୁର୍ଲଭ ଜୀବନ ବୋଲି ପୁରାଣରେ ଲେଖାଅଛି ।ଆମେ ଆପଣଙ୍କୁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ନରେନ୍ଦ୍ରପୁର ପଞ୍ଚାୟତ ନଛିବିନ୍ଦା ଗ୍ରାମର ଏମିତି ଜଣେ ମଣିଷଙ୍କ କଥା କହୁଛୁ, ପଢିଲେ ବିଶ୍ୱାସ କରିପାରିବେ ନାହିଁ । ଆମେ କହୁଛୁ ନଛିବିନ୍ଦା ଗ୍ରାମର ମାତାଜୀ ବାରିକଙ୍କ ପରିବାର କଥା । ମାତାଜୀ ବାରିକ। ବୟସ ୫୦ରୁ ଅଧିକ ହେବ । ୮୦ବର୍ଷର ଅକର୍ମଣ୍ୟ ମାଆ ଓ ଭିନ୍ନକ୍ଷମ ଝିଅଙ୍କ ବୋଝ ବୋହି ଚାଲିଛନ୍ତି ମାତାଜୀ । ସରକାର ଏହି ପରିବାରକୁ ମାସକୁ କିଛି ଚାଉଳ ଓ ଭତ୍ତାଦେଇ ହାତ ଉପରକୁ ଟେକି ଦେଇଛନ୍ତି । ଏହି ଅସହାୟ ପରିବାରଙ୍କ ରହିବା ପାଇଁ ଜାଗା ଖଣ୍ଡିଏ ନାହିଁ ।ସେମାନେ ବହୁ ଅସୁବିଧାରେ ରହୁଛନ୍ତି । ଖାଇବା କଥା ନକହିବା ଭଲ। ଓଳିଏ ଖାଇଲେ ଆରଓଳି ଉପାସ। ମାତାଜୀଙ୍କୁ ଅନାଇ ବସିଥାନ୍ତି ମାଆ ଆଉ ଝିଅ । ହାତରେ ଖୁଆଇ ନଦେଲେ ସେମାନେ ନିଜ ହାତରେ ଖାଇ ପାରନ୍ତି ନାହିଁ । ଘରଖଣ୍ଡେ ନଥିବାରୁ ଗାଁରେ ଥିବା କ୍ଲବଘରେ ଦୁଇବର୍ଷ ହେବ ଏମାନେ ରହିଆସୁଛନ୍ତି । ଏମିତି କି କେହି ଖାଇବାକୁ ଦେଲେ ମନା କରନ୍ତିନି। ନମଳିିଲେ ଉପାସ। ଗରିବ ଅସହାୟ ଲୋକଙ୍କ ପାଇଁ ମାଳ ମାଳ ଯୋଜନା ସରକାର କରୁଛନ୍ତି ସତ, କିନ୍ତୁ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଓଲଟା। ଏହି ଅସହାୟ ପରିବାରରକୁ ସରକାର ମୁଣ୍ଡଗୁଞ୍ଜିବା ପାଇଁ ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ