Masthead

ଦୁର୍ଘଟଣାରେ ଲିଭିଗଲା ଗୋଟିଏ ପରିବାରର ୩ ଜୀବନ ଦୀପ

ବଲାଙ୍ଗିର (ବଡ଼ ଖବର ବ୍ୟୁରୋ): ବଲାଙ୍ଗିର ତୁଷୁରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ତୁଷୁରା କ୍ରେନ ଧକ୍କାରେ ୩ଜଣଙ୍କ ମୃତ୍ୟୁ ଘଟଣା ମନରୁ ଲିଭି ନଥିବା ବେଳେ ପୁଣି ଘଟିଛି ଆଉ ଏକ ଦୁର୍ଘଟଣା । ବାଇକକୁ ବଲେରୋ ଧକ୍କା ଦେବାରୁ ବାପା ଓ ତାଙ୍କ ତିନି ବର୍ଷର ପୁଅର ଜୀବନ ଚାଲିଯାଇଛି । ଅନ୍ୟପଟେ ଗୁରୁତର ଅବସ୍ଥାରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ମା-ପୁଅ । କଳାହାଣ୍ଡି ଜିଲ୍ଲା କରଳାମୁଣ୍ଡା ବ୍ଲକ ରିଷିଡ଼ା ଗାଁର ଜଣେ ବ୍ୟକ୍ତି ସ୍ତ୍ରୀଙ୍କ ସହ ଦୁଇ ପୁଅକୁ ଧରି ତୁଷୁରାରୁ ଏକ ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଜମେଲ ଛକ ନିକଟରେ ତାଙ୍କୁ ଏକ ବଲେରୋ ଗାଡ଼ି ଧକ୍କା ଦେଇଥିଲା । ଏହାଫଳରେ ଘଟଣା ସ୍ଥଳରେ ବାଇକରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ବାପା ଓ ତିନି ବର୍ଷର ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଏବଂ ଏକ ବର୍ଷର ପୁତ୍ର ଗୁରୁତର ଆହତ ହୋଇ ତାଙ୍କୁ ତୁଷୁରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ତୁଷୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ