ରେଲୱେ ଘରୋଇକରଣ ବିରୋଧରେ ଖୋଲା ଅଧିବେଶନ

ସମ୍ବଲପୁର(ବଡ଼ ଖବର ବ୍ୟୁରୋ): ଅଲଇଣ୍ଡିଆ ଲୋକୋ ରନିଙ୍ଗ ଷ୍ଟାପ ଆସୋସିଏସନ ସମ୍ବଲପୁର ଡିଭିଜନ ପକ୍ଷରୁ ମଣ୍ଡଳୀ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶକୁ ଲୋକୋ ପାଇଲାଟ ସୁକାନ୍ତ ସୁନା ଉଦଘାଟନ କରିଥିଲେ । ଏଥିରେ ସମ୍ବଲପୁର ଡିଭିଜନ ଅନ୍ତର୍ଗତ ସମ୍ବଲପୁର, ବରଗଡ, ବଲାଙ୍ଗୀର, କଳାହାଣ୍ଡି ସମେତ ବିଭିନ୍ନ ଅଞ୍ଚଳରୁ ସଂଘର ସଭ୍ୟମାନେ ଯୋଗ ଦେଇଥିଲେ । ସମାବେଶରେ ମୁଖ୍ୟତ ରେଲୱେ ଘରୋଇକରଣ, ଷ୍ଟପେଜରାତ୍ରି ଡ୍ୟୁଟି ଭତ୍ତା , ନୂତନ ପେନସନ ଯୋଜନାକୁ ନେଇ ଯେଉଁ ସମସ୍ୟା ରହିଛି ସେନେଇ ବିଶେଷ ଆଲୋଚନା କରାଯାଇଥିଲା । ସମାବେଶରେ ରେଲୱେର ସମସ୍ତ ଶ୍ରମିକ ସଂଘମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ରେଲୱେ ଘରୋଇକରଣକୁ ମିଳିତ ଭାବେ ବିରୋଧ କରାଯାଇ ଆଗକୁ ଏନେଇ ବ୍ୟାପକ ସଚେତନତା ସୄଷ୍ଟି କରାଯିବାକୁ ପ୍ରସ୍ତାବ ଗୄହିତ ହୋଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ