Masthead

ଭଡ଼ାଟିଆଙ୍କ ଲାଗି ଖୁସି ଖବର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାମ ଧନ୍ଦା କରିବା ଲାଗି ଲୋକେ ଗାଁ ଛାଡ଼ି ବାହାରେ ରହିଥାନ୍ତି । ୧୦୦ରୁ ୪୦ ଶତକଡ଼ା ଲୋକେ ଭଡ଼ାଘରେ ରହିଥାନ୍ତି । ସବୁବେଳେ ମୁଣ୍ଡରେ ରହିଥାଏ ଭଡ଼ା ଦେବାର ଚିନ୍ତା । ସେପଟେ ଭଡ଼ାଟିଆ ଏବଂ ଘର ମାଲିକଙ୍କ ଲାଗି ଖୁବଶିଘ୍ର ଲାଗୁ ହୋଇଛି ନୂଆ ନିୟମ । ଦେଶବ୍ୟାପୀ ଲାଗୁ ହେବ ମଡେଲ ଟେନାନ୍ସି ଆକ୍ଟ ତଥା ଆଦର୍ଶ ଭଡା ଆଇନ ।

ନଜର ପକାନ୍ତୁ କ’ଣ ରହିଛି ନିୟମ
ଭଟିଆଙ୍କୁ ରେଣ୍ଟ ଏଗ୍ରିମେଣ୍ଟ ଧାର୍ଯ୍ୟ ସମୟ ର୍ପୂବରୁ ବାହାର କରିପାରିବେ ନାହିଁ ଘରମାଲିକ । ଭଡ଼ାଟିଆ ଯଦି ଦୁଇମାସ ଭଡ଼ା ନଦେବେ କିମ୍ବା ଘରକୁ କିଛି ଖରାପ କାମରେ ଲଗାଇଥିବେ ତାହେଲେ ଘର ମାଲିକ ଭଡ଼ାଟିଆଙ୍କୁ ଘରୁ ବାହାର କରିପାରିବେ । କିନ୍ତୁ ଭଡ଼ାଟିଆଙ୍କୁ ୨୪ ଘଣ୍ଟା ପୂର୍ବରୁ ଲିଖିତ ନୋଟିସ ଘର ମାଲିକ ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଭଡ଼ା ବାବଦକୁ ଭଡାଟିଆଙ୍କଠାରୁ ନିଆଯାଉଥିବା ସିକ୍ୟୁରିଟି ଡିପୋଜିଟରୁ ୨ମାସ ଭଡ଼ାରୁ ଅଧିକ ମାଗିପାରିବେ ନାହିଁ ଘରମାଲିକ । ଏଗ୍ରିମେଣ୍ଟ ମୁତାବକ ଯଦି ସମୟ ସିମା ମଧ୍ୟରେ ଘର ବା ଦେକାନ ଖାଲି ନକରନ୍ତି ତେବେ ମାଲିକ ଆଗାମୀ ୨ ମାସ ପର୍ଯ୍ୟନ୍ତ ତାଙ୍କଠାରୁ ଦୁଇ ଗୁଣା ଭଡ଼ା ମାଗି ପାରିବେ ।

ସେହିଭଳି ଉଭୟ ରେଣ୍ଟ ଏଗ୍ରିମେଣ୍ଟ ସରିବା ପରେ ବି ଯଦି ଭଡ଼ାଟିଆ ଘର ଖାଲି ନକରନ୍ତି ତେବେ ମାଲିକଙ୍କୁ ୪ ଗୁଣା ପର୍ଯ୍ୟନ୍ତ ରେଣ୍ଟ ମାଗିବାର ଅଧିକାର ରହିବ । ଯଦି ଘର ମାଲିକ ବିଲିଡିଂ କିମ୍ବା ଫ୍ଲାଟର ମରାମତି କରିବାକୁ ଚାହୁଁଛନ୍ତି ତେବେ ରିନୋଭେସନ କାମ ସରିବାର ମାସକ ପରେ ତାଙ୍କୁ ଭଡ଼ା ବଢାଇବାକୁ ଅନୁମତି ମିଳିବ । କିନ୍ତୁ ଭଡା ବଢାଇବା ପୂର୍ବରୁ ଭଡାଟିଆଙ୍କ ସହମତି ନେବା ମଧ୍ୟ ନିହାତି ଜରୁରୀ । ଯଦିଓ ଏହି ଆଇନ କେନ୍ଦ୍ର ସରକାର ପ୍ରସ୍ତୁତ କରୁଛନ୍ତି କିନ୍ତୁ ଏହାକୁ ଲାଗୁ କରିବାର ଅଧିକାର ରାଜ୍ୟ ସରକାରଙ୍କ ଉପରେ ନିର୍ଭର କରିବ ।

ଉଭୟ ଭଡ଼ାଘର ଓ ଦୋକାନକୁ ନେଇ ସେଭଳି କୌଣସି ନିୟମ କାନୁନ ନାହିଁ । ଏହି ଆଇନ ଆସିବା ପରେ ଘର ମାଲିକଙ୍କୁ ପ୍ରୋତ୍ସାହନ ମିଳିବ ବୋଲି ଆଶା ରଖିଛନ୍ତି ସରକାର । ଏହି ଆଇନ ଆସିବା ଦ୍ୱାରା ଘର ଭଡାକୁ ନେଇ ଏବେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିବ ନାହିଁ ବୋଲି କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ସଚିବ ଦୁର୍ଗାଶଙ୍କର ମିଶ୍ର ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ