ପାର୍ଲାମେଣ୍ଟ ପାଇଁ ନୂଆ ଭବ୍ୟ ଭବନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆସନ୍ତା ଡିସେମ୍ବର ୧୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନୁଆ ପାର୍ଲାମେଣ୍ଟ ଭବନ ନିର୍ମାଣ ପାଇଁ ଭୂମି ପୁଜନ କରିବେ । ଏଥିପାଇଁ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରିତ କରିଛନ୍ତି । ନୂତନ ସଂସଦ ଭବନ ପାଇଁ ଡିଜାଇନ ପରିବର୍ତ୍ତନ କରାଯାଇଛି । ତ୍ରିଭୁଜ ଆକାରରେ ହେବାକୁ ଯାଉଥିବା ସଂସଦ ଭବନର ନିର୍ମାଣ ଦାୟିତ୍ୱ ଟାଟା ପ୍ରୋଜେକ୍ଟସ ଲିମିଟେଡକୁ ଦିଆଯାଇଛି । ଏଥିପାଇଁ କଂପାନୀ ୮୬୧.୯୦ କୋଟିର ଟେଣ୍ଡର ପକାଇଥିଲା।

ସଂସଦର ନୂଆ ପରିସରକୁ ତିଆରି କରିବାପାଇଁ ସମ୍ଭବତଃ ଏକ ମାସ ଲାଗିବ । କେନ୍ଦ୍ରିୟ ଲୋକ ନିର୍ମାଣ ବିଭାଗ ଏହି ଭବନର ନିର୍ମାଣ ପାଇଁ ଆନୁମାନିକ ଭାବେ ୯୪୦ କୋଟି ର ପ୍ରସ୍ତାବ ରଖିଥିଲେ । ସଂସଦର ନୂଆ ଭବନ ୪ମହଲା ବିଶିଷ୍ଟ ହେବ । ଗତ ଶନିବାର ଲୋକସଭା ଅଧ୍ୟକ୍ଷ ଏହି ଭବନର ନିର୍ମାଣ ବିଷୟରେ ମହତ୍ୱପୂର୍ଣ୍ଣ ତଥ୍ୟ ଦେଇଥିଲେ । ଅହମ୍ମଦାବାଦର ଏଚସିପି ଡିଜାଇନ ଏଣ୍ଡ ମ୍ୟାନେଜମେଣ୍ଟ ଆଗାମୀ ୧୦୦ ବର୍ଷର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟ କରିବ ବୋଲି ସୁଚନା ମିଳିଛି । ଭୁକମ୍ପରୁ ସୁରକ୍ଷିତ ରଖିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!