Masthead

ରାଜସ୍ଥାନ ରୟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ଗୋଟିଏ ବଲ୍ ପୂର୍ବରୁ ୩ ୱିକେଟ୍‌ରେ ହରାଇଦେଇଛି ରାଜସ୍ଥାନ ରୟାଲ୍ସ । ରାଜସ୍ଥାନ ରୟାଲ୍ସର ବୋଲରମାନଙ୍କ ଶାଣିତ ବୋଲିଂ। ୟୁଜି ଚହଲଙ୍କ ଠାରୁ ଆରମ୍ଭ କରି କେଶବ ମହାରାଜ ନିଜର ଦମ ଦେଖାଇଛନ୍ତି। ରାଜସ୍ଥାନ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୪୭ ରନ କରିଛି। ଶେଷ ଭାଗରେ ଆଶୁତୋଷ ଶର୍ମା ୧୬ ବଲରେ ୩୧ ରନ କରିବାରୁ ପଞ୍ଜାବ ୧୫୦ ନର ନିକଟବର୍ତ୍ତୀ ହୋଇ ପାରିଛି। ପଞ୍ଜାବ ୧୪୭ ରନ କରିଥିବାରୁ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନକୁ ଚଳିତ ଆଇପିଏଲରେ ୫ମ ବିଜୟ ପାଇଁ ୧୪୮ ରନର ଟାର୍ଗେଟ ମିଳିଛି।

ରାଜସ୍ଥାନ ପକ୍ଷରୁ କେଶବ ମହାରାଜ ୪ ଓଭରରେ ୨୩ ରନ ଦେଇ ୨ଟି, ୟୁଜି ଚହଲ ୪ ଓଭରରେ ୩୧ ରନ ଦେଇ ଗୋଟିଏ ଓ ଆବେଶ ଖାନ ୪ ଓଭରରେ ୩୪ ରନ ଦେଇ ୨ଟି ୱିକେଟ ଦଖଲ କରିଛନ୍ତି। ଟ୍ରେଣ୍ଟ ବୋଲ୍ଟ(୪ ଓଭରରେ ୨୨) ଓ କୁଲଦୀପ ସେନ(୪ ଓଭରେ ୩୫ ରନ)ଙ୍କୁ ମଧ୍ୟ ଗୋଟିଏ ଲେଖାଏ ସଫଳତା ମିଳିଛି। ମୁଲ୍ଲାନପୁରରେ ଖେଳା ଯାଉଥିବା ମ୍ୟାଚ୍‌ରେ ପଞ୍ଜାବ ନିୟମିତ ଅଧିନାୟକ ଶିଖର ଧାୱନଙ୍କ ସେବାରୁ ବଞ୍ଚିତ ରହିଛି। ଧାୱନ ‍ଫିଟ ନଥିବାରୁ ତାଙ୍କ ସ୍ଥାନରେ ସାମ କୁରାନ ପଞ୍ଜାବର କମାଣ ସମ୍ଭାଳିଛନ୍ତି। ସେ ଟସ୍‌ ହାରି ଯିବାକରୁ ପଞ୍ଜାବ ପ୍ରଥମେ ବ୍ୟାଟିଂ କରିଥିଲା। ତେବେ ଦଳର ଓପନର ଅଥର୍ବ ଟାଇଡେ ୧୫ ରନ ଓ ଜନ୍ନି ବେୟାରଷ୍ଟୋ କେବଳ ୧୫ ରନ କରି ଆଉଟ ହୋଇଥିଲେ।

ପ୍ରବସିମରନ ସିଂହ ୧୦ ଓ ଅଧିନାୟକ ସାମ କୁରାନ କେବଳ ୬ ରନ କରିବାକୁ ସକ୍ଷମ ହୋଇଥିଲେ। ଜିତେଶ ଶର୍ମା କିଛି ସମୟ ଲଢ଼େଇ କରିଥିଲେ ହେଁ କେବଳ ୨୯ ରନ କରିବାକୁ ସକ୍ଷମ ହୋଇଥିଲେ। ପଞ୍ଜାବ ପାଇଁ କ୍ରମାଗତ ୨ଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରିଥିବା ଶଶାଙ୍କ ସିଂହ ଆଜି କେବଳ ୯ ରନ କରିଛନ୍ତି। ତାଙ୍କୁ ଆଉଟ କରି କୁଳଦୀପ ସେନ ବଡ଼ ଝଟକା ଦେଇଥିଲେ। ପଞ୍ଜାବ କ୍ରମାଗତ ୱିକେଟ ହରାଇ ଚାଲିଥିବା ବେଳେ ଲିଆମ ଲିଭଙ୍ଗଷ୍ଟୋନ କିଛି ବଡ଼ ଶଟ ଖେଳି ୧୪ ବଲରେ ୨୧ ରନ କରିଥିଲେ। କିନ୍ତୁ ଆଶୁତୋଷ ଶର୍ମାଙ୍କ ସହ ତାଳମେଳ ଅଭାବରୁ ତାଙ୍କୁ ୧୮ତମ ଓଭରରେ ରନ ଆଉଟ ହେବାକୁ ପଡ଼ିଥିଲା। କିନ୍ତୁ ଆଶୁତୋଷ ଶର୍ମା ୧୯ତମ ଓଭର ବୋଲିଂ କରୁଥିବା ଆବେଶ ଖାନଙ୍କ ଓଭରରୁ ୧୮ ରନ ଆଦାୟ କରି ଦଳୀୟ ସ୍କୋରକୁ ୧୪୧ରେ ପହଞ୍ଚାଇ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ