Masthead

ବିନା ବ୍ୟାଗରେ ସ୍କୁଲ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବ୍ୟାଗଲେସ ହେବେ ସ୍କୁଲ ପିଲା । କମିବ ବସ୍ତାନୀ ବୋଝ, ମାସକୁ ଅନ୍ୟୁନ ୧୦ଦିନ ଯିବେ ବିନା ବ୍ୟାଗରେ । କରୋନା ପରେ ସ୍କୁଲ ଗୁଡ଼ିକରେ ହେବ ନୂଆ ବ୍ୟବସ୍ଥା । ବସ୍ତାନୀ ବୋଝରେ ଚପି ଯାଉଛନ୍ତି ଛାତ୍ରଛାତ୍ରୀ । ଏଲକେଜି ହେଉ ବା କ୍ଳାସ-ୱାନ କୁନି କୁନି ପିଲାମାନଙ୍କ ପିଠିରେ ଲଦି ଦିଆଯାଉଛି ଗଦା ଗଦା ବହିର ବୋଝ । ଇଚ୍ଛା ନଥିଲେ ମଧ୍ୟ ସ୍କୁଲ ପାଠ୍ୟକ୍ରମକୁ ଦେଖି ବାପା ମାଆ ମାନେ ବି ପିଲାଙ୍କ ପିଠିରେ ଝୁଲାଇ ଦେଉଛନ୍ତି ବଡ଼ ବଡ଼ ବ୍ୟାଗ । ଏହା ପିଲା ମାନଙ୍କୁ ମାନସିକ ସ୍ତରରେ ବି ପ୍ରଭାବିତ କରୁଛି । ବସ୍ତାନୀ ବୋଝ ନେଇ ବହୁବାର ଅଭିଯୋଗ ଉଠିଛି । ହେଲେ ହୋଇ ନଥିଲା କୌଣସି ପ୍ରତିକାର । ମାତ୍ର କେନ୍ଦ୍ର ଶିକ୍ଷାନୀତି-୨୦୨୦ରେ ପିଲାଙ୍କ ଉପରୁ ବସ୍ତାନୀ ବୋଝ କମାଇବାକୁ ନିଆଯାଇଛି ପଦକ୍ଷେପ । କେନ୍ଦ୍ର ଶିକ୍ଷା ନୀତିରେ ଏଥର ବ୍ୟାଗଲେସ ସ୍କୁଲ ବୋଲି କୁହାଯାଇଛି । ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତ କେନ୍ଦ୍ର ସରକାର ।

କେନ୍ଦ୍ର ତାର ଚିଠିରେ ଦର୍ଶାଇଛି ଯେ, କ୍ଳାସ ୱାନ ଠାରୁ ଟୁଏଲଭ କ୍ଳାସ ପର୍ଯ୍ୟନ୍ତ ପିଲାମାନେ ମାସିକ ଅନ୍ୟୁନ ୧୦ଦିନ ବିନା ବ୍ୟାଗରେ ସ୍କୁଲ ଆସିବେ । ସେହି ଦିନ ଗୁଡ଼ିକରେ ଭୋକେସନାଲ ଶିକ୍ଷା ଦିଆଯିବ । ସ୍ଥାନୀୟ ଅଞ୍ଚଳରେ ଥିବା କୃଷକ, ଉଦ୍ୟାନକୃଷିବିତ, ବଢ଼େଇ, ମାଟି ପାତ୍ର ପ୍ରସ୍ତୁତ କରୁଥିବା ବୃତ୍ତିଗତ ବ୍ୟକ୍ତିଙ୍କୁ ଆଣି ଶିକ୍ଷା ଦିଆଯିବ । କେବଳ ସେତିକି ନୁହେଁ କେନ୍ଦ୍ର ଶିକ୍ଷା ନୀତିରେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, କ୍ଳାସ ୱାନ ଠାରୁ କ୍ଳାସ ଟେନ ପର୍ଯ୍ୟନ୍ତ ପିଲା ମାନଙ୍କ ବ୍ୟାଗର ଓଜନ ତାଙ୍କ ଶରୀର ଓଜନର ୧୦%ରୁ ଅଧିକ ହେବ ନାହିଁ । ପ୍ରି ସ୍କୁଲର ପିଲାମାନେ କୌଣସି ବ୍ୟାଗ ଆଣିବେ ନାହିଁ । ସ୍କୁଲ ନୋଟବୁକକୁ ବି ସୀମିତ କରାଯାଇଛି । ସବୁଠାରୁ ବଡ଼ କଥା, ପ୍ରତି ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କ ବ୍ୟାଗ ଓଜନ ଚେକ କରିବା ପାଇଁ ସ୍କୁଲରେ ଡିଜିଟାଲ ଓଜନ ମେସିନ ଲଗାଇବାକୁ ବାଧ୍ୟ ବୋଲି ଦର୍ଶାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା 🔴 ଏକାଠି ଜଳିଲା ତିନି ଭାଇଙ୍କ ଜୁଇ 🔴 ଆଉ ନାହାନ୍ତି କାଣ୍ଟା ଲଗା ଫେମ୍ ସେଫାଳୀ 🔴 ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ 🔴 ଶରଧାବାଲିରେ ୩ ରଥ 🔴 ଆଜି ପୁଣି ଗଡ଼ିବ ରଥ 🔴 ବ୍ଲକବଷ୍ଟର ‘ବୋଉ ବୁଟୁ ଭୂତ’ 🔴 ଲୋକଙ୍କ ଅଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ 🔴 ପୁଣି ଚର୍ଚ୍ଚାରେ ନୀଳ ଡ୍ରମ ! 🔴 ରଥରେ ବିରାଜିଲେ ଚତୁର୍ଦ୍ଧାମୂର୍ତ୍ତି 🔴 ଆନ୍ତର୍ଜାତୀୟ ସ୍ପେଶ୍ ଷ୍ଟେସନରେ ଶୁଭାଂଶୁ ଶୁକ୍ଲା