Masthead

ମୋଦୀଙ୍କ ଟାର୍ଗେଟରେ ବିରୋଧୀ

ନୂଆଦିଲ୍ଲୀ(ବଡ ଖବର ବ୍ୟୁରୋ): ଆଜି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଭାଷଣ ଦେଇନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅଭିଭାଷଣରେ ବିରୋଧୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବିରୋଧୀଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ କାକା ହାଥ୍ରେସୀଙ୍କ ଦୋହା ଓ ଦୁଶ୍ୟନ୍ତ କୁମାରଙ୍କ ବାଘ – ଶିକାରୀର କାହାଣୀ ବିଷୟରେ କହିଛନ୍ତି । ପ୍ରଧାନମନ୍ତ୍ରା କହିଛନ୍ତି ଆମ ଦେଶ ହେଉଛି ବିଶ୍ୱାସରେ ପରିପୂର୍ଣ୍ଣ ଦେଶ । ସ୍ୱପ୍ନ ଓ ସଂକଳ୍ପର ଦେଶ । କିନ୍ତୁ କିଛି ଲୋକ ବହୁତ ଶୀଘ୍ର ନିରାଶ ହୋଇ ଯାଉଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କାକା ହାଥ୍ରୋସୀଙ୍କ ଦୋହାକୁ କହି ବିରୋଧୀଙ୍କୁ ଅଟହାସ୍ୟ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅଭିଭାଷଣରେ ପୂର୍ବ ବିଜେପି ସରକାର ଓ ବିରେଧୀଙ୍କୁ ନେଇ ଏକ ବାଘ ଓ ଶିକାରୀଙ୍କ ଗଳ୍ପ ଶୁଣାଇଛନ୍ତି । ସେ କହିଛନ୍ତି କଂଗ୍ରେସ ବେରୋଜଗାର ହଟାଇବା ପାଇଁ ଆଇନ ପ୍ରସ୍ତୁତ କରି ଚୁପ ବସିଯାଇଥିଲା ।

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି ‘ମୁଁ ଅନେକ ଥର ଏଠାରେ(ସଂସଦ) ହାର୍ଭାଡର କ୍ରେଜ ଦେଖିଛି’ । କରୋନା ବେଳେ ଭାରତର ଧ୍ୱଂସକୁ ନେଇ ହାର୍ଭାଡର ଏକ ଷ୍ଟଡି କରିବ ବୋଲି କଂଗ୍ରେସ କହିଥିଲା କିନ୍ତୁ ତାହା କୁଆଡେଗଲା । କଂଗ୍ରେସକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଗତକାଲି ଗୃହରେ ପୁଣି ଥରେ ହାର୍ଭାଡ ବିଶ୍ୱବିଦ୍ୟାଳୟ କୁ ନେଇ ଆଲୋଚନା ହୋଇଥିିଲା ।  ବଡ କଥା ହେଲା ଗତ କିଛି ବର୍ଷ ଧରି ଗୋଟିଏ ଗୁରୁତ୍ୱପୂଣ୍ଣ  ଅଧ୍ୟୟନ ହୋଇଥିଲା । ପ୍ରସଙ୍ଗଟି ଥିଲା ଭାରତରେ କଂଗ୍ରେସର ଉତ୍ଥାନ ଓ ପତନ । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଏହା ନିଶ୍ଚୟ ଯେ ଭବିଷ୍ୟତରେ ବଡ ବଡ ବିଶ୍ୱବିଦ୍ୟାଳୟରେ କଂଗ୍ରେସର ପତନ ବିଷୟରେ ଅଧ୍ୟୟନ କରାଯିବ । ଏଥିସହ କଂଗ୍ରେସକୁ ବୁଡାଇଥିବା ଲୋକଙ୍କ ବିଷୟରେ ମଧ୍ୟ ଅଧ୍ୟୟନ ହେବ । ସେ କହିଛନ୍ତି କଂଗ୍ରେସର ଏହି ଅବସ୍ତାକୁ ଦେଖି ଦୁଶ୍ୟନ୍ତ କୁମାରଙ୍କ ଗୋଟିଏ ଭଲ ଲେଖା ମନେପଡୁଛି ଯାହାହେଲା ‘ତମ ମାଟିତଳେ ଜମି ନାହିଁ , କିନ୍ତୁ ତମକୁ ତାହା ବିଶ୍ୱାସ ହେଉନାହିଁ’ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼