Masthead

ଆମ୍ବେଦକରଙ୍କ ସ୍ମୃତିଚାରଣ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ବାବା ଆମ୍ବେଦକରଙ୍କ ପୁଣ୍ୟ ତିଥି । ଆଜି ସାରା ଦେଶରେ ତାଙ୍କର ଅବଦାନ ଓ ସ୍ମୃତିକୁ ମନେପକାଇ ପୁଣ୍ୟ ଦିବସକୁ ପାଳନ କରାଯାଇଥିବା ବେଳେ ବାଲେଶ୍ୱର ଜିଲ୍ଲା ବାଲିଆପାଳଠାରେ ମଧ୍ୟ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଦଳିତ ସଙ୍ଗଠନର ଜିଲ୍ଲା ସଭାପତି ସନ୍ୟାସୀ ବେହେରା ସଭାପତିତ୍ୱ କରିଥିଲେ । ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ରବିନ୍ଦ୍ରନାଥ ଅଣ୍ଡିଆ, ଅବସର ପ୍ରାପ୍ତ ଶିକ୍ଷାବିତ ଝାଡ଼େଶ୍ୱର ପ୍ରଧାନ, ଲମ୍ବୋଦର ମାହାନା, ବ୍ଲକ ସଭାପତି ରବିନ୍ଦ୍ର ଜେନା, ସଦାଶିବ ସେଠୀ, କୁଞ୍ଜମାନ୍ତ ପାତ୍ର, ଚନ୍ଦନ ଅଣ୍ଡିଆ, ଚନ୍ଦନ ଜେନା ପ୍ରମୁଖ ଉପସ୍ଥିତ ରହି ତାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଡକ୍ଟର ଆମ୍ବେଦକର ୧୪ ଏପ୍ରିଲ ୧୮୯୧ରେ ଜନ୍ମ ଗ୍ରହଣ କରିଥିଲେ । ଉଚ୍ଚ ଶିକ୍ଷା ଲାଭ କରି ସମାଜରୁଛୁଆଁ ଅଛୁଆଁ ଭେଦଭାବ ଓ ଦଳିତ ପଛୁଆ ବର୍ଗ ଲୋକଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଲଢ଼େଇ ଜାରି ରଖିଥିଲେ । ଦେଶ ସ୍ୱାଧୀନପରେ ପ୍ରଥମ ଅ୍ଧବନ ଓ ନ୍ୟାୟ ମନ୍ତ୍ରୀ ଭାବେ ନିଯୁକ୍ତି ପାଇବା ସହିତ ସମ୍ବିଧାନ ପ୍ରଣୟଣ ପାଇଁ ଗଠିତ ଡ୍ରାଫଟିଂ କମିଟିର ଅଧ୍ୟକ୍ଷ ରହିଥିଲେ । ଶେଷରେ ଭାରତୀୟଙ୍କ ଉଦ୍ଦେଶ୍ୟରେ ୨୫ ନଭେମ୍ବର ୧୯୪୯ ମିଂହାରେ ତକ୍ରାଳିନ ପ୍ରଧାନ ମନ୍ତ୍ରୀ ଡ ରାଜେନ୍ଦ୍ର ପ୍ରସାଦଙ୍କୁ ଫାଇନାଲ ଡ୍ରାଫ୍ଟ ପ୍ରଦାନ କରିଥିଲେ । ଏହି ମହତ କାମ ପାଇଁ ତାଙ୍କୁ ଭାରତରତ୍ନ ଓ ସମ୍ବିଧାନ ପ୍ରଣିତା ଉପାଧିରେ ଘୋଷିତ କରାଯାଇଥିଲା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ