Masthead

ମାଟି ଅତଡ଼ା ଖସିବା ଘଟଣା, ମୃତ୍ୟୁସଂଖ୍ୟା ୨ ଛୁଇଁଲା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଡଙ୍କାରି କଳା ପଥର ଖଣିରେ ବୁଧବାର ଘଟିଥିବା ଅତଡ଼ା ଖସିବା ଘଟଣାରେ ଆଉ ଗୋଟିଏ ମୃତ ଦେହ ଉଦ୍ଧାର ହୋଇଛି। ଘଟଣା ତୃତୀୟ ଦିନରେ ପହଞ୍ଚିଥିବା ବେଳେ ମୃତ୍ୟସଂଖ୍ୟା ୨ରେ ପହଞ୍ଚିଛି। ଏହି ସଂଖ୍ୟା ଆହୁରି ବଢ଼ିବାକୁ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ୪ଟି ମେସିନ୍ ପଥର ଅତଡ଼ାକୁ ଖାଲି କରିବାକୁ ନିୟୋଜିତ ହୋଇଛି। ପ୍ରଥମ ଉଦ୍ଧାର ହୋଇଥିବା ମୃତଦେହ ଉମରକୋଟ ପୂଜାରିଗୁଡ଼ାର ଜଗବନ୍ଧୁ ମାଝୀ ବୋଲି ପରିବାର ପକ୍ଷରୁ ଚିହ୍ନଟ ହୋଇଛି।

ଶନିବାର ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ପଥର ତଳେ ଚାପି ହୋଇ ରହିଥିବା ଭାଲଭୋ ମେସିନ ଚାଳକର ମୃତ ଶରୀରକୁ ଉଦ୍ଧାର କରିଛି ଏନ୍ ଡି ଆର ଏଫ୍ ଟିମ୍ । ହିଟାଚି ମେସିନରର ଚାଳକ ସିକାକୁଲମ ଜିଲା ଇଚ୍ଛାପୁର ତୁଳସୀ ଗ୍ରାମର ଏନ୍ ଉମାପଥି ବୋଲି ଜଣା ପଡିଛି। ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ସଂଖ୍ୟା ଅଧିକ ଥିବା ସନ୍ଦେହ କରାଯାଉଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢିବ ବୋଲି ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି