Masthead

ଆଦିତ୍ୟଙ୍କ ନିଜ ସହ ଯୁଦ୍ଧ, କେମିତି ଓ କାହିଁକି ଜାଣନ୍ତୁ…

ମୁମ୍ବାଇ(ବଡ ଖବର ବ୍ୟୁରୋ): ରିଭିଲ ହେଲା ଓମ ଦ ବ୍ୟାଟେଲ ଉଇଥ-ଇନର ଫାଷ୍ଟଲୁକ । ଶୁକ୍ରବାର ରିଭିଲ ହୋଇଥିବା ଏହି ପୋଷ୍ଟରରେ ଆଦିତ୍ୟଙ୍କୁ ଯୁଦ୍ଧ କରିବା ଅବତାରରେ ଦେଖିବାକୁ ମିଳୁଛି । ଏଥିରେ ସେ ଏକାଧିକ ଯୁଦ୍ଧାସ୍ତ୍ର ଧରି ଏକ ଶକ୍ତିଶାଳୀ ଲୁକରେ ନଜର ଆସୁଛନ୍ତି । ଆଦିତ୍ୟ ଯାହାଙ୍କୁ ଦର୍ଶକ ସବୁବେଳେ ରୋମାଣ୍ଟିକ, ଇମୋସନାଲ, ଆଉ ନଟଖଟ ଅବତାରରେ ଦେଖିଛନ୍ତି ତାଙ୍କ ପାଇଁ ଆଦିତ୍ୟଙ୍କ ଏହି ଲୁକ ନିଶ୍ଚିନ୍ତ ସରପ୍ରାଇଜ ଥିବ । କିନ୍ତୁ କିଛି ଫ୍ୟାନ୍ସ ଆଦିତ୍ୟଙ୍କ ଏହି ଲୁକକୁ ବହୁତ ପସନ୍ଦ କରିଛନ୍ତି । ଆଦିତ୍ୟ ବି ଆକ୍ସନ କରିପାରିବେ ସେଇଟା ସେ ପୋଷ୍ଟରର ଲୁକରୁ ପ୍ରମାଣ ଦେଇସାରିଲେଣି । ଫିଲ୍ମ ରିଲିଜ ହେଲେ ଆଦିତ୍ୟଙ୍କ ଆକ୍ସନର ଜଲଓା କେତେ ଫ୍ୟାନ୍ସଙ୍କୁ ଇମପ୍ରେସ କରୁଛି ସେଇଟା ଦେଖିବାକୁ ବାକି ରହିଲା ।

ଓମ- ଦ ବ୍ୟାଟେଲ ଉଇଥ-ଇନ ଫିଲ୍ମରେ ଆଦିତ୍ୟଙ୍କ ବିପକ୍ଷରେ ଲିଡରେ ନଜର ଆସିବେ ସଞ୍ଜନା ସାଙ୍ଘାଇ । ସଞ୍ଜନା ଯିଏକି ସୁଶାନ୍ତ ସିଂ ରାଜପୁତଙ୍କ ସହ ଦିଲ ବେଚାରା ଫିଲ୍ମରେ ନଜର ଆସିଥିଲେ । ଡିଜନୀ ପ୍ଲସ ହଟଷ୍ଟାରରେ ରିଲିଜ ହୋଇଥିବା ଏହି ଫିଲ୍ମଟି କ୍ୟାନସରରେ ପିଡିତ ଦୁଇ ଜଣ ଯୁବକ ଓ ଯୁବତୀଙ୍କ ଟ୍ରୁ ଲଭ ଷ୍ଟୋରୀ ଉପରେ ଆଧାରିତ । ଉଭୟ ସଞ୍ଜନା ଓ ସୁଶାନ୍ତଙ୍କ ଏହି ଫିଲ୍ମ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା । ସୁଶାନ୍ତଙ୍କର ଦିଲ ବେଚାରା ଶେଷ ଫିଲ୍ମ ଥିଲା ।

ସଞ୍ଜନା ଓ ଆଦିତ୍ୟ ଗୁରୁବାରରୁ ନିଜ ଅପକମିଙ୍ଗ ଫିଲ୍ମ ଓମ ର ସୁଟିଂ ଆରମ୍ଭ କରିଦେଇଛନ୍ତି । ଦୁହେଁ ଏହି ଖବରକୁ ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରିଛନ୍ତି । ଫିଲ୍ମଟି ୨୦୨୧ରେ ରିଲିଜ ହେବ । ଓମ-ଦ ବ୍ୟାଟେଲ ଉଇଥ-ଇନ ଫିଲ୍ମଟି କପିଲ ବର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ । ଫିଲ୍ମର ସହ ପ୍ରଯୋଜନା ଦାୟିତ୍ୱରେ ଜି-ଷ୍ଟୁଡିଓଜ, ଅହମଦ ଖାନ ଓ ଶାହିରା ଖାନ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା