ଶେଷଥର ପାଇଁ ମ୍ୟୁଜିକ୍ ଆଲବମରେ ନଜର ଆସିବେ ସିଡନାଜ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡରେ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ସେହେନାଜ୍ ଗିଲ୍ । ଦୁହିଁଙ୍କ ଅନ୍ ସ୍କ୍ରିନ୍ କେମିଷ୍ଟ୍ରିକୁ ଏବେ ତାଙ୍କର ଲକ୍ଷ ଫ୍ୟାନ୍ସ ମିସ୍ କରୁଛନ୍ତି । କିନ୍ତୁ ତାଙ୍କର ସବୁ ଫ୍ୟାନ୍ସଙ୍କ ପାଇଁ ଏବେ ଆସିଛି ଖୁସି ଖବର । ପୁଣି ଏକାଠି ନଜର ଆସିବେ ସିଡ୍‌ନାଜ୍‌ । ଶେଷଥର ପାଇଁ ଦୁହିଁଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରି ଦେଖିବେ ଦର୍ଶକ । ପରଦାରେ ପୁଣି କ୍ୟୁଟ୍‌ ରୋମାନ୍ସ ଦେଖାଇବେ ଏହି ଯୋଡି।

ବିଗ୍‌ ବସ୍‌-୧୩ ବିଜେତା ତଥା ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବର ଆସିବା ପରେ ତାଙ୍କର ସବୁ ଫ୍ୟାନ୍ସ ଯେମିତି ଭାଙ୍ଗିପଡିଥିଲେ । ତାଙ୍କ ମୃତ୍ୟୁକୁ କିଛି ଦିନ ବିତି ଯାଇଥିଲେ ବି ଏବେ ବି ଫ୍ୟାନ୍ସଙ୍କ ମନରେ ରହିଛନ୍ତି ସିଦ୍ଧାର୍ଥ । ସେଥିପାଇଁ ଏବେ ସିଦ୍ଧାର୍ଥଙ୍କ ଶେଷ ଆଲବମ୍ ରିଲିଜ୍ ହେବାକୁ ଯାଉଛି । ସିଦ୍ଧାର୍ଥ ଏବଂ ଶେହନାଜ ଗିଲ୍‌ଙ୍କ ଶେଷ ଆଲବମ୍‌ ଭିଡିଓ ‘ଅଧୁରା’ ଖୁବଶୀଘ୍ର ନିକଟରେ ରିଲିଜ୍ ହେବ। ଏହି ଗୀତରେ ଶେଷଥର ପାଇଁ ସିଡନାଜଙ୍କୁ ଦେଖିବାକୁ ମିଳିବ। ନିକଟରେ ଏହି ଗୀତର ପୋଷ୍ଟରକୁ ମେକର୍ସମାନେ ରିଲିଜ କରିଛନ୍ତି। ଏହି ପୋଷ୍ଟରକୁ ଦେଖିବା ପରେ ପ୍ରଶଂସକମାନେ ଭାବୁକ ହୋଇପଡିଛନ୍ତି।

ସିଦ୍ଧାର୍ଥ ଦୁନିଆରୁ ବିଦାୟ ନେବା ପୂର୍ବରୁ ଏକ ମ୍ୟୁଜିକ ଭିଡିଓରେ କାମ କରୁଥିଲେ, ଯାହାର ନାଁ ଥିଲା ‘ହାବିଟ୍‌’। ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଏହି ଗୀତ ଅସମ୍ପୂର୍ଣ୍ଣ ରହିଗଲା। ଏଭଳି ପରିସ୍ଥିତିରେ ନିର୍ମାତାମାନେ ଏହାର ଟାଇଟଲ୍ ବଦଳାଇ ଗୀତ ରିଲିଜ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି କୁହାଯାଉଛି। ଏହି ଗିତର ଟାଇଟେଲ୍ ଏବେ ‘ହାବିଟ୍’ରୁ ବଦଳାଯାଇ ‘ଅଧୁରା’ ରଖାଯାଇଛି । ନିର୍ମାତାଙ୍କ ଦ୍ୱାରା ମୁକ୍ତିଲାଭ କରିଥିବା ପୋଷ୍ଟରରେ ଏକ ସୁନ୍ଦର ଟ୍ୟାଗ୍ ଲାଇନ ମଧ୍ୟ ରହିଛି। ‘ଏକ୍ ଅଧୁରା ଗୀତ, ଏକ୍ ଅଧୁରା କାହାଣୀ, ଏକ୍ ସିଡ୍‌ନାଜଙ୍କ ଗୀତ’ ବୋଲି ପୋଷ୍ଟରରେ ଲେଖା ହୋଇଛି।

ତେବେ ଏହି ଗୀତକୁ ଲେଖିଛନ୍ତି ଆର୍କୋ ।ତା ସହ ଗୀତଟିକୁ ନିଜ ସୁନ୍ଦର ଭଏସ୍ ରେ ଗାଇଛନ୍ତି ବଲିଉଡର ପପୁଲାର ସିଙ୍ଗର ଶ୍ରେୟା ଘୋଷାଲ ।ତେବେ ଗୀତର ରିଲିଜ ଡେଟ୍‌କୁ ଏଯାଏଁ ନିର୍ମାତାମାନେ ଘୋଷଣା କରିନାହାନ୍ତି। ଏହି ପୋଷ୍ଟରକୁ ଦେଖିବା ପରେ ସିଦ୍ଧାର୍ଥ ଏବଂ ଶେହନାଜଙ୍କ ପ୍ରଶଂସକଙ୍କ ମଧ୍ୟ ଉତ୍ସାହ ବେଶ ବଢ଼ିଯାଇଛି। ତେବେ ପୁର୍ବରୁ ସିଦ୍ଧାର୍ଥ ଓ ସେହେନାଜଙ୍କୁ ଦୁଇଟି ମ୍ୟୁଜିକ୍ ଆଲବମରେ ଦେଖିବାକୁ ମିଳିଥିଲା । ଦୁହିଁଙ୍କ ଯୋଡିକୁ ଭରପୂର ଭଲପାଇବା ଦେଇଥିଲେ ଦର୍ଶକ । ବର୍ତ୍ତମାନ ଦୁହିଁଙ୍କର ତୃତୀୟ ଗୀତ ତଥା ଶେଷ ଗୀତକୁ ନେଇ ବି ଫ୍ୟାନ୍ସ ମାନେ ଖୁବ୍ ଏକ୍ସାଇଟେଟ୍ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’