Masthead

‘ସୋଲେ’ର ବିରୁ ପାଦ ଥାପିଲେ ୮୫ ବର୍ଷରେ

ବଲିଉଡର ଲୋକପ୍ରିୟ ଲେଜେଣ୍ଡାରୀ ଅଭିନେତା ଧରମ ସିଂ ଦେଓଲ ବା ଧର୍ମେନ୍ଦ୍ର ମଙ୍ଗଳବାର ୮୫ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ ତାଙ୍କୁ ଚାରିଆଡୁ ଜନ୍ମଦିନ ଶୁଭେଚ୍ଛା ସୁଅ ଛୁଟୁଛି । ଅଭିନେତା ,ଅଭନେତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଂଶସକମାନେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ଦେଇଛନ୍ତି । ଝିଅ ଇଶା ଦେଓଲ ମଧ୍ୟ ଟ୍ୱିଟର ଆକାଉଣ୍ଟରେ ତାଙ୍କ ବାପାଙ୍କ ସହ ଥିବା କିଛି ସୁନ୍ଦର ସୁନ୍ଦର ଫଟୋକୁ ସେୟାର କରିଛନ୍ତି ।

ଅଭିନେତ୍ରୀ ହେମାମାଳିନୀ ମଧ୍ୟ ନିଜ ସ୍ୱାମୀଙ୍କ ଜନ୍ମ ଦିନରେ ଟ୍ୱିଟରରେ ଫଟୋ ସେୟାର କରିଛନ୍ତି । ଏଥିସହ ଧର୍ମେନ୍ଦ୍ରଙ୍କର ବଲିଉଡରେ ୬୦ବର୍ଷ ପୂରଣ ହୋଇଯାଇଛି । ଧର୍ମେନ୍ଦ୍ର ୧୯୬୦ରେ ନିଜର ପ୍ରଥମ ଫିଲ୍ମ ଦିଲ ଭି ତେରା ହମ ଭି ତେରେ ମାଧ୍ୟମରେ ନିଜ ବଲିଉଡ ଡେବ୍ୟୁଟ କରିଥିଲେ ।

ଧର୍ମେନ୍ଦ୍ରଙ୍କ ଲୋକପ୍ରିୟ ସୁପରହିଟ ଫିଲ୍ମଲିଷ୍ଟରେ ରହିଛି ୧୯୬୩ର ବନ୍ଦିନି, ୧୯୬୯ର ସତ୍ୟକମ, ୧୯୭୫ର ଛୁପକେ ଛୁପକେ, ୧୯୭୫ର ଶୋଲେ, ୨୦୦୭ର ଜନ୍ନି ଗଦ୍ଦାର ଓ ୨୦୦୭ର ଅପନେ ଆଦି ପ୍ରଧାନ । ୨୦୨୧ରେ ଧର୍ମେନ୍ଦ୍ରଙ୍କ ଅପକମିଙ୍ଗ ଫିଲ୍ମ ଅପନେ-୨ ଆସିବାକୁ ଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ