Masthead

ଥଲାଇବି- ଦ ରିଭୋଲ୍ୟୁସନାରି ଲିଡର ଫିଲ୍ମର ଫାଷ୍ଟ ଲୁକ ରିଭିଲ

ବଲିଉଡ କୁଇନ କଙ୍ଗନା ରାଣାଓତଙ୍କ ଅପକମିଙ୍ଗ ଫିଲ୍ମ ଥଲାଇବି- ଦ ରିଭୋଲ୍ୟୁସନାରି ଲିଡର ଫିଲ୍ମର କିଛି ଲୁକ ହେଲା ରିଭିଲ । ଜୟଲଳିତାଙ୍କ ଶ୍ରାଦ୍ଧ ବାର୍ଷିକ ଅବସରରେ ଥଲାଇବିର ନିର୍ମାତା ଓ ନିଜେ କଙ୍ଗନା ଏହାକୁ ରିଲିଜ କରିଛନ୍ତି । ରିଲିଜ ହୋଇଥିବା ଫଟୋରେ କଙ୍ଗନାଙ୍କୁ ଜୟଲଳିତାଙ୍କ ଭଳି ଧଳା ରଙ୍ଗର କଟନ ଶାଢୀ ପିନ୍ଧିଥିବାର ଦେଖିବାକୁ ମିଳୁଛି । ଅନ୍ୟଏକ ଫଟୋରେ କଙ୍ଗନା ଠିଆହୋଇ କିଛି ନେତାମାନଙ୍କ ସହ ଆଲୋଚନା କରୁଥିବାର ଦେଖିବାକୁ ମିଳୁଛି । ଆଉ ତୃତୀୟ ଫଟୋରେ କଙ୍ହନାଙ୍କୁ ଛୋଟ ଛୋଟ ଝିଅମାନଙ୍କୁ ଖାଇବାକୁ ଦେଉଥିବାର ଦେଖିବାକୁ ମିଳୁଛି । ଏହି ଫଟୋମାନଙ୍କୁ ସେୟାର କରି କଙ୍ଗନା ଟ୍ୱିଟରେ ଲେଖିଛନ୍ତି ଜୟା ଅମ୍ମାଙ୍କ ମୃତ୍ୟୁ ବାର୍ଷିକ ଅବସରରେ ଥଲାଇବି- ଦ ରିଭୋଲ୍ୟୁସନାରି ଲିଡର ଫିଲ୍ମର କିଛି ଫଟୋ ସେୟାର କରୁଛି । ସମସ୍ତ ଶ୍ରେୟ ଫିଲ୍ମର ମୋ ପୂରା ଟିମର, ବିଶେଷକରି ଆମ ଟିମର ଲିଡର ଭିଜୟ ସାରଙ୍କର ଯିଏକି ଜଣେ ସୁପର ହ୍ୟୁମାନ ଭଳି କାମକରି ଫିଲ୍ମକୁ ଶେଷ କରିବାକୁ ଯାଉଛନ୍ତି । ମାତ୍ର ଆଉ କିଛି ସପ୍ତାହରେ ଶେଷହୋଇଯିବ ଫିଲ୍ମର ସୁଟ ।

ଥଲାଇବି ହେଉଛି ଏକ ବହୁଭାଷୀୟ ଭାରତୀୟ ଫିଲ୍ମ । ଥଲାଇବିର କାହାଣୀ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାହାଣୀ ଉପରେ ଆଧାରିତ । ଜୟଲଳିତା ଯିଏକି ଫିଲ୍ମ ଆକ୍ଟ୍ରେସ ରହିବା ସହ ଜଣେ ଦକ୍ଷ ନେତ୍ରୀ ମଧ୍ୟ ରହିଛନ୍ତି । ଥଲାଇବି ଫିଲ୍ମ ପାଇଁ କଙ୍ଗନା ନିଜ ଓଜନ ବଢାଇଥିବାର ଦେଥିବାକୁ ମିଳୁଛି । ଫିଲ୍ମଟିକୁ ଏଏଲ ଭିଜୟ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଭିବ୍ରି ମିଡିଆ ସହ କର୍ମା ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ ମିଳିତ ଭାବରେ ବନାଇଛନ୍ତି । ଥଲାଇବି ଫିଲ୍ମର କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ହେଉଛି ଭାଇରାଲ । ଫିଲ୍ମଟି ପରଦାକୁ ଆସିବା ପୂର୍ବରୁ ରହୁଛି ଅନେକ ଚର୍ଚ୍ଚାରେ । ଫିଲ୍ମଟି ହିନ୍ଦୀ ସହ ତାମିଲ, ତେଲୁଗୁ ପରି ଭାଷାରେ ସମାନ ଟାଇଟେଲରେ ରିଲିଜ ହେବ । ଥଲାଇବିର ସୁଟିଂ ୨୩ ନଭେମ୍ବର ୨୦୧୯ ରୁ ଆରମ୍ଭ ହୋଇଥିବାବେଳେ ଫିଲ୍ମରେ ଭାଗ୍ୟଶ୍ରୀଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ