Masthead

ପଢନ୍ତୁ ଆଇସିସି ଟେଷ୍ଟ ତାଲିକାରେ କୋହଲି କେଉଁ ସ୍ଥାନରେ ଅଛନ୍ତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ସମକ୍ଷକ ହେଲେ ନ୍ୟୁଜଲ୍ୟାଣ୍ଡ ଅଧିନାୟକ କେନ ୱିଲିୟମସନ । ସୋମବାର ପ୍ରକାଶିତ ହୋଇଥିବା ଆଇସିସିର ଟେଷ୍ଟ ବ୍ୟାଟ୍ସମ୍ୟାନ ମାନ୍ୟତା ତାଲିକାରେ କୋହଲିଙ୍କ ସମକ୍ଷକ ହୋଇଛନ୍ତି ୱିଲିୟମସନ । ଉଭୟ ଟେଷ୍ଟ ବ୍ୟାଟ୍ସମ୍ୟାନ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି । ଉଭୟ ଟେଷ୍ଟ ମାନ୍ୟତା ତାଲିକାରେ ୮୮୬ ରେଟିଙ୍ଗ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ପୂର୍ବପରି ପ୍ରଥମ ସ୍ଥାନରେ ଷ୍ଟିଭ ସ୍ମିଥ୍ ଅଛନ୍ତି । ସ୍ମିଥ୍ ଆଇସିସି ବ୍ୟାଟିଂ ମାନ୍ୟତାରେ ୯୧୧ ରେଟିଙ୍ଗରେ ଅଛନ୍ତି । ଆଇସିସି ଟପ୍ ୧୦ ବ୍ୟାଟ୍ସମାନ ତାଲିକାରେ ଦ୍ୱିତୀୟ ଭାରତୀୟ ଭାବରେ ଚେତେଶ୍ୱର ପୂଜାରା ସପ୍ତମ ସ୍ଥାନରେ ରହିଛି । ତାଙ୍କ ପରେ ଆଜିଙ୍କେ ରାହାନେ ଏକାଦଶ ସ୍ଥାନରେ ରହିଛନ୍ତି ।

ଅନ୍ୟପଟେ ଶୀର୍ଷ ୧୦ ଅଲରାଉଣ୍ଡର ତାଲିକାରେ ଜାସନ ହୋଲଡରଙ୍କୁ ପଛରେ ପକାଇ ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ବେନ୍ ଷ୍ଟୋକ୍ସ ୪୪୬ ରେଟିଙ୍ଗ ପାଇଛନ୍ତି । ତାଙ୍କ ପଛକୁ ହୋଲଡ଼ର ୪୩୪ ରେଟିଙ୍ଗ ପାଇଛନ୍ତି । ଏହି ଲିଷ୍ଟରେ ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତୃତୀୟ ଏବଂ ରବିଚନ୍ଦ୍ରନ ଅଶ୍ୱନୀ ଷଷ୍ଠ ସ୍ଥାନରେ ରହିଛନ୍ତି । ରବୀନ୍ଦ୍ର ଜାଡେଜା ୩୯୭ ରେଟିଙ୍ଗ ପାଇଛନ୍ତି । ସେହିପରି ଭାବରେ ଟପ୍ ୧୦ ବୋଲରଙ୍କ ଭିତରେ ଅଷ୍ଟ୍ରେଲିଆ ବୋଲର ପ୍ୟାଟ କମିନ୍ସ ୯୦୪ ରେଟିଙ୍ଗ ସହ ପ୍ରଥମ ସ୍ଥାନରେ ରହିଛନ୍ତି । ତାଙ୍କ ପଛକୁ ନ୍ୟୁଜଲ୍ୟାଣ୍ଡ ପେସର ନିଲ ୱାଗନର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଟପ୍ ୧୦ ବୋଲର ତାଲିକାରେ କୌଣସି ସ୍ପିନର ସ୍ଥାନ ପାଇନାହାନ୍ତି । ବୋଲର ତାଲିକାରେ ଭାରତୀୟ ବୋଲର ଭାବେ ଯଶପ୍ରୀତ ବୁମ୍ରା ନବମ ସ୍ଥାନରେ ରହିଛନ୍ତି । ସେ ୭୭୯ ରେଟିଙ୍ଗ ପାଇଛନ୍ତି । ସେହିପପରି ଭାବରେ ଅଶ୍ୱନୀ ଏକାଦଶ, ମହମ୍ମଦ ସାମି ତ୍ରୟୋଦଶ, ଇଶାନ୍ତ ଶର୍ମା ସପ୍ତଦଶ ଓ ରବିନ୍ଦ୍ର ଜାଡେଜା ଅଷ୍ଟଦଶ ସ୍ଥାନରେ ରହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ