Before Header

୮ ଟା ୩୦ ସୁଦ୍ଧା ତାଳଚେରରେ ୩୫ ଡିଗ୍ରୀ ଟପିଲା ତାପମାତ୍ରା

0 894

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଜଗତସିଂହପୁର ୩୪ .୮ ଡିଗ୍ରୀ, ଭବାନୀପଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ରେକର୍ଡ କରାଯାଇଛି।

ହୀରାକୁଦ ଓ ରାଉରକେଲା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି-ଭୁବନେଶ୍ୱର:୩୩.୪ ଡିଗ୍ରୀ, ସମ୍ବଲପୁର:୩୩.୨ ଡିଗ୍ରୀ ,ଟିଟିଲାଗଡ଼:୩୩.୨ ଡିଗ୍ରୀ, କଟକ:୩୩ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡା: ୩୨.୬ ଡିଗ୍ରୀ, କେନ୍ଦୁଝର:୩୨.୬ ଡିଗ୍ରୀ, ଭଦ୍ରକ: ୩୨.୫ ଡିଗ୍ରୀ, ପୁରୀ:୩୨.୪ ଡିଗ୍ରୀ, ବୌଦ୍ଧ:୩୨ ଡିଗ୍ରୀ ରେକର୍ଡ କରାଯାଇଛି ।

Leave A Reply

Your email address will not be published.