Masthead

୮ ଟା ୩୦ ସୁଦ୍ଧା ତାଳଚେରରେ ୩୫ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସାରା ରାଜ୍ୟରେ ଏବେ ଅସମ୍ଭାଳ ତାତି। ସକାଳୁ ଆରମ୍ଭ ହୋଇଛି ଅସହ୍ୟ ତାତି। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ସକାଳ ୮ ଟା ୩୦ ସୁଦ୍ଧା ତାଳଚେରରେ ୩୫.୮ ଡ଼ିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି। ସେହିପରି ଅନୁଗୁଳ ଓ ବାଲେଶ୍ବରରେ ୩୫ ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଜଗତସିଂହପୁର ୩୪ .୮ ଡିଗ୍ରୀ, ଭବାନୀପଟଣା, ନୟାଗଡ଼ ଓ ବାରିପଦାରେ ୩୪ ଡିଗ୍ରୀ ରେକର୍ଡ କରାଯାଇଛି।

ହୀରାକୁଦ ଓ ରାଉରକେଲା ୩୩.୬ ଡିଗ୍ରୀ ରେକର୍ଡ କରାଯାଇଛି। ସେହିପରି-ଭୁବନେଶ୍ୱର:୩୩.୪ ଡିଗ୍ରୀ, ସମ୍ବଲପୁର:୩୩.୨ ଡିଗ୍ରୀ ,ଟିଟିଲାଗଡ଼:୩୩.୨ ଡିଗ୍ରୀ, କଟକ:୩୩ ଡିଗ୍ରୀ ରେକର୍ଡ କରାଯାଇଛି । ଝାରସୁଗୁଡା: ୩୨.୬ ଡିଗ୍ରୀ, କେନ୍ଦୁଝର:୩୨.୬ ଡିଗ୍ରୀ, ଭଦ୍ରକ: ୩୨.୫ ଡିଗ୍ରୀ, ପୁରୀ:୩୨.୪ ଡିଗ୍ରୀ, ବୌଦ୍ଧ:୩୨ ଡିଗ୍ରୀ ରେକର୍ଡ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା