Masthead

ସ୍ୱାଭିମାନୀ ଅଞ୍ଚଳ ଆଦିବାସୀ ଭରସା କଲେ ସୁରକ୍ଷାବଳକୁ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ସରିଲା ନକ୍ସଲପନ୍ଥୀଙ୍କ ପିଏଲଜିଏ ସପ୍ତାହ । ମାଲକାନଗିରି ଜିଲ୍ଲାରେ ଆଉ ଶୁଭିନାହିଁ ଗୁଳି ଗୁଳାର ଶବ୍ଦ । ଜିଲ୍ଲାରେ ବିଏସଏଫ ବାହିନୀ ଲାଲ୍ ଗଡକୁ କବଜା କରିନେଇଥିବା ବେଳେ ଦୁର୍ବଳ ହୋଇ ପଡିଛି ମାଓ ସଂଗଠନ । ଦୀର୍ଘ ୭ ଦଶନ୍ଧି ପରେ ସ୍ୱାଭିମାନ ଅଞ୍ଚଳର ଲୋକେ ମାନିଲେ ନାହିଁ ନକ୍ସଲ ପନ୍ଥୀଙ୍କ ଆଦେଶ । ୭୦ ବର୍ଷ ପରେ ବଦଳିଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଚିତ୍ର । ନକ୍ସଲ ପନ୍ଥୀଙ୍କ ପିଏଲଜିଏ ସପ୍ତାହରେ ଶୁଭିନାହିଁ ଗୁଳି ଗୁଳାର ଶବ୍ଦ କି ବାଜିଲା ନାହିଁ ବାଜା । ଏହି ଦୃଶ୍ୟ ଦେଖିବାକୁ ମିଳିଛି ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ । ପ୍ରଥମ ଥର ଲାଗି ସ୍ୱାଭିମାନ ଅଞ୍ଚଳର ଲୋକେ ନକ୍ସଲ ପନ୍ଥୀଙ୍କ ଆଦେଶକୁ ନମାନି ପିଏଲଜିଏ ସପ୍ତାହରେ ସ୍ୱାଭାବିକ ଭାବେ ନିଜର କାର୍ୟ୍ୟ କରିଛନ୍ତି । ପୁର୍ବରୁ ଏମିତି ହେଉନଥିଲା । ନକ୍ସଲ ପନ୍ଥୀଙ୍କ ନାଲି ପତାକା ତଳେ ଏକାଠି ହେଉଥିଲେ ସ୍ୱାଭିମାନ ଅଞ୍ଚଳର ଆଦିବାସୀ ଲୋକେ । ପିଏଲଜିଏ ସପ୍ତାହରେ ମାଓବାଦୀଙ୍କ ସହ ହାତ ମିଳାଇ ନାଚ ଗୀତ ମଧ୍ୟ କରୁଥିଲେ । ହେଲେ ଏବେ ଆଉ ନକ୍ସଲ ପନ୍ଥୀଙ୍କ ଗୁଳିର ଭୟ ନାହିଁ ସେମାନଙ୍କୁ । କାରଣ ସେମାନଙ୍କ ପାଖରେ ଏବେ ଅଛନ୍ତି ସୁରକ୍ଷା କର୍ମୀ ।

ସ୍ୱାଭିମାନ ଅଞ୍ଚଳରେ ବାସ କରୁଥିବା ପ୍ରତିଟି ଲୋକଙ୍କ ଜୀବନର ସୁରକ୍ଷା ଦାୟୀତ୍ୱ ଏବେ ବିଏସଏଫ ବାହିନୀ ନିଜ ହାତକୁ ନେଇଛି । ଯେଉଁଥିପାଇଁ ଅବାଟକୁ ଚାଲିଯାଇଥିବା ଯୁବକ ଯୁବତୀମାନଙ୍କୁ ପୁଣି ଥରେ ସମାଜର ମୁଖ୍ୟ ସ୍ରୋତକୁ ଫେରି ଆସିବା ଲାଗି ଆହ୍ୱାନ କରିଛନ୍ତି ପୋଲିସ ଡିଆଇଜି । ମାଲକାନଗିରି ଜିଲ୍ଲାରେ ବଦଳିଥିବା ଏଭଳି ଚିତ୍ର ଦେଖି ଲୋକେ କହିଲେଣି ଯେ ଦିନେ ରାଜ୍ୟରେ ଏକ ନମ୍ବର ଜିଲ୍ଲା ହେବ ମାଲକାନଗିରି । ଗୁରୁପ୍ରିୟା ସେତୁ ବଦଳାଇ ଦେଇଛି ମାଲକାନଗିରି ଜିଲ୍ଲାର ଭବିଷ୍ୟତ । ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳ ଲୋକେ ସ୍ୱାଭିମାନି ହୋଇଛନ୍ତି । ହିଂସାର ରାସ୍ତା ଛାଡି ପ୍ରଶାସନର ନିକଟତର ହୋଇଛନ୍ତି । ଜିଲ୍ଲାରେ କମିଛି ଗଞ୍ଜେଇ ଚାଷ ଆଉ ବଢିଛି ହଦଳୀ, ସୁଆଁ ବିରି ଓ ମାଣ୍ଡିଆ ପରି ସଶ୍ୟ ଜାତୀୟ ଫସଲ । ଦିନେ ନକ୍ସଲ ପନ୍ଥୀଙ୍କ ଲାଗି ଭାତ ରାନ୍ଧୁଥିବା ଲୋକେ ଏବେ ସେମାନଙ୍କୁ ବିରୋଧ କରିବାରେ ଲାଗିଛନ୍ତି । ସେମାନଙ୍କ ପାଖରେ ଏବେ ବିକାଶର ଧାରା ଆଗେଇ ଚାଲିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?