Masthead

ହାତୀଖୋଜ ତଳେ ଫସଲ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ପୁଣି ଲେଉଟିଲା ୩୩ ଟିକିଆ ଝାରଖଣ୍ଡି ହାତୀପଲ । ଗତ ରାତିରେ ଝାରଖଣ୍ଡ ସୀମାନ୍ତ ବାଘବୁଡା ଅଞ୍ଚଳରେ କୋଡ଼ିଆ ନାଳ ପାର ହୋଇ ସାରସକଣା ଅଞ୍ଚଳକୁ ପ୍ରବେଶ କରିଥିଲେ । ବିଲରେ ଧାନ କଟା ଚାଲିଥିବାବେଳେ କେତେକାଂଶରେ ଧାନ କଟା ହୋଇ ବିଲରେ ପଡିରହିଛି । ହାତୀପଲ ଫସଲ ଖାଇବା ସହିତ ଦଳି ନଷ୍ଟ ମଧ୍ୟ କରୁଥିବା ଦେଖିବାକୁ ମିଳିଥିଲା । ହାତୀ ଭୟରେ ସାରସକଣା,ଜଟିଆ ଷୋଳ,କୁଣ୍ଡିଆପାଣି, ବାଘବୁଡା, ମାଲକୁଣ୍ଡା,ଖେରଣା, ଯୋକା, ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି । ହାତୀପଲଙ୍କୁ ଘଉଡାଇବାକୁ ବନବିଭାଗ ପକ୍ଷରୁ ପ୍ରୟାସ କରାଯାଉଛି ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି । ହାତୀପଲ ପୂର୍ବରୁ ବ୍ୟାପକ କ୍ଷତି କରିଥିବାବେଳେ ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ ବନବିଭାଗ ପକ୍ଷରୁ କ୍ଷତିପୂରଣ ଦିଆଯାଇ ନାହିଁ । କେତେକାଂଶରେ ଧାନବିଲରେ ପଶି ଧାନ ଖାଇବା ସହିତ ଏକର ଏକର ଚାଷଜମି ନଷ୍ଟ କରିଦେଇଛନ୍ତି । ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବା ପାଇଁ ସାଧାରଣରେ ଦାବି ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’