Masthead

ଅସହ୍ୟ ଭିନ୍ନକ୍ଷମ ସୁଶାନ୍ତଙ୍କ ସାହାରା କିଏ?

ନ୍ୟାୟ ନମିଳିଲେ ପରିବାର ଆତ୍ମହତ୍ୟା କରିବୁ: ସୁଶାନ୍ତ ବେହେରା

ପିପିଲି(ବଡ଼ ଖବର ବ୍ୟୁରୋ): ସରକାର ‘ମୋ କୁଡ଼ିଆ’ ଠୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ‘ଆବାସ ଯୋଜନା’ ଭଳି ଅନେକ ଯୋଜନା କାର୍ୟ୍ୟକାରୀ କରିଥିବା ବେଳେ ଗରିବଙ୍କ ପାଇଁ ଏହି ଯୋଜନା ପାଲଟିଛି ସାତସପନ । ପୁରୀ ଜିଲ୍ଲା ପିପିଲି ବିଜ୍ଞାପିତ ଅଞ୍ଚଳ ୧୧ ନମ୍ବର ୱାର୍ଡର ହେଉଛନ୍ତି ସୁଶାନ୍ତ ବେହେରା । ସ୍ତ୍ରୀ ଓ ଦୁଇ ପିଲାଙ୍କୁ ଧରି ସେ ରହୁଛନ୍ତି ଭଙ୍ଗା ଦଦରା ପାଲ ପଡ଼ିଥିବା ଘରେ । ତେବେ ତାଙ୍କ କହିବା ଅନୁଯାଇ ସେ ହେଉଛନ୍ତି ଏକ ଭିନ୍ନ କ୍ଷମ । ତାଙ୍କର ମହାବାତ୍ୟା ଫନୀରେ ଘର ଭାଙ୍ଗି ଯାଇଥିଲା । ସରକାର ଭଙ୍ଗା ଘର ଲାଗି ଘୋଷଣା କରିଥିବା ସହାୟତା ରାଶି ତାଙ୍କୁ ମିଳିନାହିଁ କିନ୍ତୁ ସରକାରଙ୍କର ଥିବା ନିୟମ ଅନୁଯାୟୀ ତାଙ୍କର ଏହି ଲିଷ୍ଟ୍ ରେ ନାମ ଥିଲା । କିନ୍ତୁ ସହାୟତା ରାଶି ମିଳି ନଥିବାବେଳେ ଭିନ୍ନ କ୍ଷମ ଅବସ୍ଥାରେ ମଧ୍ୟ ନ୍ୟାୟ ପାଇବା ପାଇଁ ପ୍ରଶାସନଠୁ ଆରମ୍ଭ କରି ଜନପ୍ରତିନିଧି ମାନଙ୍କୁ ତାଙ୍କ ଦୁଃଖ ଜଣେଇଥିଲେ ମଧ୍ୟ କେହି ଶୁଣୁନାହାନ୍ତି ।

୯୫୧୦୦ ଟଙ୍କା ଦେବା ପାଇଁ ଘୋଷଣା କରାଯାଇଥିଲା ବେଳେଆଜକୁ ପ୍ରାୟ ଷୋଳ ମାସ ବିତିଯାଇଥିଲେ ମଧ୍ୟ କଣ ପାଇଁ ସେ ଆର୍ଥିକ ସହାୟତା ପାଇପାରିନାହାଁନ୍ତି ଏନେଇ ଉଠିଉି ପ୍ରଶ୍ନ । ଏଠି ପ୍ରଶ୍ନ କି ପ୍ରଶାସନ କାହାପାଇଁ!! ଯୋଜନା ମାନ କାହାପାଇଁ!! ତାଙ୍କ ପାଇଁ ଆସିଥିବା ଆର୍ଥିକ ରାଶି ପାଇଲା କିଏ?? ତେବେ ତାଙ୍କୁ ନ୍ୟାୟ ନମିଳିଲେ ସେ ଏବଂ ପରିବାର ସମୂହ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ପ୍ରଶାସନ ସୁଶାନ୍ତଙ୍କୁ କେବେ ନ୍ୟାୟ ଦେବ ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା