ବିଜେଡିକୁ ହରାଇଲା ପାଣି, ଠିକାଦାର ପୋଷୁଥିଲେ ନବୀନ ?

ଘସିପୁରା (ବଡ଼ ଖବର ବ୍ୟୁରୋ): ଲୋକଙ୍କୁ ମିଳିଲାନି ପାନୀୟ ଜଳ, ସେଥିପାଇଁ ଅନେକ ବିଜେଡି ବିଧାୟକ ପରାଜୟ ବରଣ କଲେ । ବିଧାନସଭାରେ ଏଭଳି ବିସ୍ଫୋରକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର । ପ୍ରତିଶ୍ରୁତି ପାଳନ କଲେନି ପୂର୍ବ ସରକାର । ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେଲା ନାହିଁ, ଗାଁ ଗାଁରେ ଲୋକଙ୍କୁ ମିଳିଲାନି ପିଇବା ପାଣି । ସେଥିପାଇଁ ଲୋକଙ୍କର ଆକ୍ରୋଶର ଶିକାର ହୋଇ ବିଜେଡିର କିଛି ବିଧାୟକ ପ୍ରାର୍ଥୀ ବିଧାନସଭା ନିର୍ବାଚନରେ ହାରିଥିବା ବିଧାନସଭାରେ କହିଛନ୍ତି ବଦ୍ରିନାରାୟଣ ପାତ୍ର । କେନ୍ଦୁଝର ଜିଲ୍ଲାର ଘସିପୁରା ନିର୍ବାଚନ ମଣ୍ଡଳୀ । ଏଠାରେ ବିଭିନ୍ନ ଗାଁ ଗଣ୍ଡାରେ ଏବେବି ରହିଛି ଉତ୍କଟ ପାନୀୟ ଜଳର ସମସ୍ୟା ।

ଘସିପୁରା ବ୍ଲକ ଖାଳିଆମେଣ୍ଟା ପଞ୍ଚାୟତର ଆଦିବାସୀ ବହୁଳ ଗୋପାଳପୁର ଗାଁ । ଗାଁରେ ଶତାଧିକ ପରିବାର ପାଇଁ ରହିଛି ଗୋଟିଏ ମାତ୍ର ନଳକୂଅ । ବହୁଳ ବ୍ୟବହାର କାରଣରୁ ଅନେକ ସମୟରେ ଏଥିରୁ କମ୍ ପାଣି ବାହାରୁଛି । ଫଳରେ ଲୋକେ ବାଧ୍ୟ ହୋଇ ନାଳରୁ ଦୂଷିତ ଜଳ ବ୍ୟବହାର କରୁଛନ୍ତି । ସେହିପରି ଭଣ୍ଡାରିଡିହା ଗାଁରେ ଥିବା ଏକମାତ୍ର ନଳକୂଅରୁ ପାଣି ନେବା ପାଇଁ ମହିଳାମାନେ ବର୍ଷସାରା ହଇରାଣ ହେଉଥିବା କହିଛନ୍ତି । ଏବେ ନୂଆ ସରକାରଙ୍କ ଠାରୁ ପାଣି ପାଇଁ ଅନେକ ଆଶା ରଖିଥିବା କହିଛନ୍ତି । ଗତ ନିର୍ବାଚନରେ ଘସିପୁରା ନିର୍ବାଚନମଣ୍ଡଳୀ କେଶଦୁରାପାଳ ଠାରେ ପାଣି ପାଇଁ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ।

ଲୋକଙ୍କର ଦୀର୍ଘ ଦିନର ପାନୀୟ ଜଳ ସମସ୍ୟାର ସମାଧାନ ନହେବାରୁ ଲୋକେ ତାଙ୍କୁ ନିର୍ବାଚନ ସମୟରେ ଏ ସମ୍ପର୍କରେ ଭେଟି ଦାବି ଜଣାଇଥିଲେ । ହେଲେ, କେବଳ ଗୋଟିଏ ଗାଁ ନୁହେଁ, ଘସିପୁରା ନିର୍ବାଚନ ମଣ୍ଡଳୀର ଅନେକ ସ୍ଥାନରେ ପାନୀୟ ଜଳ ପାଇଁ ପାଇପ୍ ବିଛା ହୋଇଥିଲେ ମଧ୍ୟ, ମେଗା ପାନୀୟ ଜଳ ପ୍ରକଳ୍ପ ସମ୍ପୁର୍ଣ୍ଣ ହୋଇ ନଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇ ପାରୁନାହାଁନ୍ତି । ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ଅନେକ ସ୍ଥାନରେ ରାସ୍ତାଘାଟ ଖୋଳାଯିବାକୁ ନାପସନ୍ଦ କରିଛନ୍ତି ଲୋକେ । ଏଥିପାଇଁ ଅନେକ ସ୍ଥାନରେ ମତଦାତାମାନେ ନିଜ ମତ ପରିବର୍ତ୍ତନ କରିଥିବା , ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ବୟାନ ସଠିକ୍ ବୋଲି କହିଛନ୍ତି ସ୍ଥାନୀୟ ଲୋକେ । ଲୋକଙ୍କୁ ତୁରନ୍ତ ଘରେ ଘରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ