Masthead

ଭୁବନେଶ୍ୱର ଗାଡ଼ି, ବୌଦ୍ଧରେ ଡକାୟତି: ଶରଣକୂଳର ଶଙ୍କର ଗ୍ୟାଙ୍ଗ

ବୌଦ୍ଧ ଚାରିଛକ (ବଡ଼ ଖବର ବ୍ୟୁରୋ): ବାହାଘର କହି ଭୁବନେଶ୍ୱରରୁ ହେଲା ଗାଡ଼ି ଭଡ଼ା । ପହଞ୍ଚିଲେ ବୌଦ୍ଧରେ । ଆରମ୍ଭ କଲେ ଡକାୟତି । କିନ୍ତୁ ଧରା ପଡିଗଲେ ପୋଲିସ ହାତରେ । ଇଏ ହେଉଛି ନଗଦ ଗିରଫ ହୋଇଥିବା ନୟାଗଡ଼ ଶରଣକୂଳ ଶଙ୍କର ଗ୍ୟାଙ୍ଗଙ୍କ କଥା ।

ବୌଦ୍ଧ ଜିଲ୍ଲା ପୁରୁଣା କଟକ ପୋଲିସର ବଡ଼ ସଫଳତା । ପଣ୍ଡ ହେଲା ବଡ଼ ଧରଣର ଡକାୟତି ଉଦ୍ୟମ । ନୟାଗଡ଼ ଜିଲ୍ଲା ଶରଣକୂଳ ଶଙ୍କର ଗ୍ୟାଙ୍ଗର ୮ଜଣ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିଭକଟରୁ ଗୋଟିଏ ପିସ୍ତଲ, ଦୁଇଟି ଖଣ୍ଡା ସହ ମୁଖା ଜବତ କରାଯାଇଛି । ବାହାଘରକୁ ଯାଉଥିବା କହି ଭୁବନେଶ୍ୱର ମିଶ୍ର ଟ୍ରାଭେଲ୍ସରୁ ଗାଡ଼ି ଆଣି ଡକାୟତ କରିବାର ଯୋଜନା କରିଥିଲେ । ତେବେ କୌଣସି ବିଶେଷ ସୂତ୍ରରୁ ପୋଲିସ କବର ପାଇବା ପରେ ଚଢ଼ାଉ କରି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଧରା ହୋଇଥିବା ଅଭିଯୁକ୍ତଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ