Masthead

ଅପହଞ୍ଚ ଇଲାକାରେ ଅନଲାଇନ ପାଠପଢା

ଉମରକୋଟ (ବଡ଼ ଖବର ବ୍ୟୁରୋ): କରୋନାରେ ସମସ୍ତ ବର୍ଗର ଲୋକ ଅସୁବିଧାର ସମ୍ମୁଖୀନ ହୋଇଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ଛାତ୍ର ଛାତ୍ରୀ। ସ୍କୁଲ୍ ବନ୍ଦ ହୋଇ ୧୦ ମାସ ରହିଥିବା ବେଳେ ଅନଲାଇନ ପାଠରେ ଫସି ରହୁଛନ୍ତି ଅପହଞ୍ଚ ଇଲାକାର ଛାତ୍ରଛାତ୍ରୀ । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ପଦମଝରି ଗ୍ରାମରେ ଗଡ଼ୁଚି ସାଇକେଲ ଟାୟାର, ଛାତ୍ରଙ୍କ ହାତରୁ ଗଡ଼ୁଛି ବାଟି । କିଏ ଟ୍ରାକ୍ଟର ଉପରେ ବସିବା ମଜା ନଉଛନ୍ତି ତ ଆଉ କିଏ ମକା ସଜାଡ଼ିବା କାମରେ ଲାଗିଛି । ଏମାନେ ସମସ୍ତେ ସ୍କୁଲ୍ ପିଲା । ଗତ ୧୦ ମାସ ହେବ କୋରୋନା ଯୋଗୁ ସ୍କୁଲ୍ ବନ୍ଦ ରହିଥିବାରୁ ଏମାନଙ୍କ ପାଠପଢାରେ ଲାଗିଛି ରୋକ ।

ବିଦ୍ୟାଳୟରେ ପାଠପଢିବା ପାଇଁ ସ୍କୁଲରେ କୌଣସି ବ୍ୟବସ୍ଥା ନାହିଁ । ପିଲାଙ୍କ ପାଠ ପାଇଁ ଶିକ୍ଷା ବିଭାଗ ତରଫରୁ ଅନଲାଇନ ବ୍ୟବସ୍ଥା କରାଯାଇଥିଲେ ବି ସେଥିରୁ ବଞ୍ଚିତ ହୋଇଛନ୍ତି ଗ୍ରାମର ଛାତ୍ରଛାତ୍ରୀ । ଗାଁ ରେ କୌଣସି ଅଭିଭାବକଙ୍କ ପାଖରେ ଫୋନ ନାହିଁ । ସବୁଠୁ ବଡ଼ କଥା ହେଲା ଏହି ଗ୍ରାମରେ କୌଣସି ଇଣ୍ଟର୍ନେଟ କାମ କରୁନି । ତେଣୁ ଅନଲାଇନ ପାଠପଢାରୁ ବଞ୍ଚିତ ହୋଇଛନ୍ତି ଛାତ୍ରଛାତ୍ରୀ । ଅତିଶିଘ୍ର ସ୍କୁଲ ଖୋଲା ଯାଉ ନହେଲେ ଗାଁ ରେ ଇଣ୍ଟର୍ନେଟର ବ୍ୟବସ୍ଥା କରାଯାଉ ବୋଲି ସରକାରଙ୍କୁ ଅନୁରୋଧ କରିଛନ୍ତି ଛାତ୍ର ଛାତ୍ରୀ । ପଦମଝରି ଗ୍ରାମକୁ ସରକାର ରାସ୍ତା, ପୋଲ, ବିଦ୍ୟୁତ୍ ସଂଯୋଗ, ପାନୀୟଜଳ ସବୁ ସୁବିଧା କରିଛନ୍ତି ହେଲେ ମୋବାଇଲ ଟାୱାର ନାହିଁ । ଗତ

୧୦ମାସ ହେଲା ସ୍କୁଲ ବନ୍ଦ ଅଛି ତେଣୁ ପିଲାଙ୍କ ପାଠପଢ଼ା ବନ୍ଦ ରହିଛି । କରୋନା ଆରମ୍ଭରୁ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରାଯାଇନଥିବା ସ୍ୱୀକାର କରିଛନ୍ତି ବ୍ଲକ ଶିକ୍ଷାଧିକାରୀ । ଅନଲାଇନ ପାଠପଢ଼ାରେ ଶିକ୍ଷକମାନେ ସାହାଯ୍ୟ କରୁଛନ୍ତି । ଅପହଞ୍ଚ ଇଲାକାକୁ ଯାଇ ପିଲାଙ୍କ ପାଠପଢ଼ାର ତଦାରଖ କରିବେ ବୋଲି ପ୍ରକାଶ କରିଛନ୍ତି । କେବେ ସ୍କୁଲ ଖୋଲିବ କେବେ ପିଲା ସ୍କୁଲରେ ବସି ପାଠ ପଢିବେ ନା ଏମିତି ଇଣ୍ଟର୍ନେଟର ଅପେକ୍ଷାରେ ଚାଲିଯିବ ଚଳିତ ଶିକ୍ଷାବର୍ଷ ସାଧାରଣରେ ପ୍ରଶ୍ନ ଉଠିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି