Masthead

ପିତୃ ପୁରୁଷଙ୍କୁ ପିଣ୍ଡ ଦେଲେ ଶ୍ରୀଜଗନ୍ନାଥ

ପୁରୀ (ବଡ଼ ଖବର ବ୍ୟୁରୋ) :ପିତୃ ପୁରୁଷଙ୍କୁ ପିଣ୍ଡ ଦେଲେ ଶ୍ରୀଜଗନ୍ନାଥ । ଶ୍ରୀମନ୍ଦିରରେ ପାଳିତ ହେଲା ଦେବ ଦୀପାବଳୀ । ମାର୍ଗଶୀର କୃଷ୍ଣପକ୍ଷ ଚତୁଃର୍ଦଶୀ ତିଥି ଠାରୁ ଦେବ ଦୀପାବଳୀ ଆରମ୍ଭ ହୋଇଛି । ଏହା ମଙ୍ଗଳବାର ଶେଷ ହେବ । ଦାରୁବ୍ରହ୍ମଙ୍କୁ ଶ୍ରାଦ୍ଧବେଶରେ ସଜ୍ଜିତ କରାଯାଇଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମହାପ୍ରଗୁ ଶ୍ରାଦ୍ଧ ଏବଂ ଦୀପ ଦାନର ବିଧି ରହିଛି । ରବିବାର ସକାଳୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଧଳା ସୂତା ଶାଢୀ ପରିଧାନ କରିଥିଲେ । ମହାପ୍ରଭୁ ଚଦର ପରିଧାନ କରିଥିଲେ ।

ସନ୍ଧ୍ୟାଧୂପ ପରେ ସୁଦଅଧ ସୁଆର ସେବକ ସିଂହାସନ ତଳେ ପୋଛ ମାରିଥିଲେ । ଭଣ୍ଡାର ମେକାପ ଚାଉଳରେ ଗଛ କରିଥିଲେ । ବୈଠା ରଖାଯାଇ ଘିଅରେ ବତୀ ଲଗାଯାଇଥିଲା । ଏଥିସହ ୩ଟି ମହାଦୀପରେ ବନ୍ଦାପନା କରାଯାଇଥିଲା । ଚନ୍ଦ୍ର ଉଦିଆ ଜାଳିବା ସମୟରେ ରାଜାଙ୍କୁ ସେବକମାନେ ଆଶୀର୍ବାଦ ଦେଇଥିଲେ । ନନ୍ଦ, ବସୁଦେବ, ଯଶୋଦା, ଦେବକୀ,ରାଜା ଇନ୍ଦ୍ରଦ୍ୟୁମ୍ନ,ଓ ରାଣୀ ଗୁଣ୍ଡିଚାଙ୍କୁ ଶ୍ରୀ ଜିଉ ପିଣ୍ଡଦାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ