Masthead

ଚିରା ଜୋତାରେ ଖେଳିଲେ ସାମି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଗତକାଲି ଠାରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ । ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିବା ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୬ ୱିକେଟ ବିନମୟରେ ୨୩୩ ରନ ସଂଗ୍ରହ କରିଥିଲେ । ଆଜି ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ମାତ୍ର ୧୧ ରନ କରି ୪ ଜଣ ଭାରତୀୟ ବ୍ୟାଟ୍ସମ୍ୟାନ ଆଉଟ ହୋଇଥିଲେ । ଭାରତ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ୨୪୪ ରନରେ ଅଲ ଆଉଟ ହୋଇଥିଲା । ଭାରତ ମଧ୍ୟ ବୋଲିଂରେ ଭଲ ଆରମ୍ଭ କରିଥିଲା । ବୁମ୍ରା ଦୁଇ ଓପନରଙ୍କୁ ଶୀଘ୍ର ପ୍ୟାଭିଲିୟନ ପଠାଇ ଦେଇଥିଲେ । ଯେତେବେଳେ ମହମ୍ମଦ ସାମି ବୋଲିଂ କରିବାକୁ ଆସିଥିଲେ କ୍ରିକେଟ ପ୍ରଶଂସକମାନେ ଚକିତ ହୋଇଯାଇଥିଲେ । ସାମି ଚିରା ଜୋତା ପନ୍ଧି ମ୍ୟାଚ ଖେଳୁଥିବା ଦେଖିବାକୁ ମିଳିଥିଲା ।

ବୋଲିଂ କରିବା ସମୟରେ ଯେତେବେଳେ କ୍ୟାମେରା ସାମିଙ୍କ ଜୋତାରେ ପଡ଼ିଥିଲା ସେତେବେଳେ ତାଙ୍କ ବାମ ପାଦର ଜୋତା ଆଗରୁ ଚିରି ଯାଇଥିବା ଦେଖିବାକୁ ମିଳିଥିଲା । କମେଣ୍ଟ୍ରି କରୁଥିବା ସଚିନ ତେନ୍ଦୁଲକର କହିଥିଲେ କି ମହମ୍ମଦ ସାମି ଜଣେ ଦ୍ରୁତ ବୋଲର । ଯେତେବେଳେ ସେ ଫଲୋ ଅଫ ସମୟରେ ବାମ ଆଙ୍ଗୁଠି ଜୋତାର ଭିତର ସାମ୍ନାକୁ ଆସିଥାଏ । ଏହା ବୋଲିଂରେ ସମସ୍ୟା ସୃଷ୍ଟି କରେ । ଏହାକୁ ଏଡାଇବା ପାଇଁ ସାମି ତାଙ୍କ ଜୋତାରେ ଏକ ଛିଦ୍ର କରିଛନ୍ତି । ଯାହାଦ୍ୱାରା ବାମ ଆଙ୍ଗୁଠି ଜାଗା ପାଇ ପାରିବ । ତେବେ ସେ ଥଟ୍ଟା କରି କହିଛନ୍ତି ଯେ ବ୍ୟାଟିଂ ସମୟରେ ସାମି ଚିରା ଜୋତା ପିନ୍ଧିବେ ନାହିଁ । କାରଣ ଅଷ୍ଟ୍ରେଲୀୟ ପେସର ୟର୍କର ସହ ତାଙ୍କ ଅବସ୍ଥା କଷ୍ଟସାଧ୍ୟ କରିପାରିବେ । ଅନ୍ୟପଟେ ୱାର୍ଣ୍ଣ, ଗିଲିକ୍ରିଷ୍ଟ ଏବଂ ମାର୍କ ୱାହ ସାମିଙ୍କ ବୋଲିଂକୁ ବହୁ ପ୍ରଶଂସା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ