Masthead

ନେହାଙ୍କ ମାଆ ବନିବାର ସତ ଆସିଲା ସାମ୍ନାକୁ, ଜାଣିବା ପାଇଁ ପଢନ୍ତୁ..

ମୁମ୍ବାଇ(ବଡ଼ ଖବର ବ୍ୟୁରୋ):ବଲିଉଡର ଫେମସ ସିଙ୍ଗର ନେହା କକ୍କର । ନିଜ ସୋସିଆଲ ମିଡିଆରେ ପୋଷ୍ଟ ହେଉ କି ମ୍ୟୁଜିକ ଭିଡିଓ, ସବୁ କଥାରେ ନେହା ଥାଆନ୍ତି ସୋସିଆଲ ମିଡିଆରେ ଆକ୍ଟିଭ । ନିକଟରେ ନେହା କରିଛନ୍ତି ଚଟ ମଙ୍ଗନି ପଟ ବ୍ୟାହ । ପଞ୍ଜାବୀ ସିଙ୍ଗର ରୋହନପ୍ରିତ ସିଂଙ୍କୁ ବନେଇଛନ୍ତି ନିଜ ଜୀବନ ସାଥି । ବାହାଘରର ଦୁଇମାସ ନ ହେଉଣୁ ନେହା ବନିଇନ୍ତି ପ୍ରେଗନେଣ୍ଟା ନିଜ ସ୍ୱାମୀ ରୋହନପ୍ରିତଙ୍କ ସହ ନିଜ ପ୍ରେଗନେନ୍ସି ଫଟୋ କରିଛନ୍ତି ଇନଷ୍ଟା ଆକାଉଣ୍ଟରେ ସେୟାର । ଆଉ ଫଟୋରେ କ୍ୟାପସନ ଦେଇଛନ୍ତି ଖୟାଲ ରଖା କର ଅର୍ଥାତ୍ ଧ୍ୟାନରଖ ନିଜର । ଫଟୋଟି ହୋଇଯାଇଛି ସୋସିଆଲ ମିଡିଆରେ ଭାଇରାଲ । ଫ୍ୟାନ୍ସ ଏହି ଫଟୋ ଦେଖି ନେହାଙ୍କ ଏତେ ଜଲ୍ଦି ପ୍ରେଗନେନ୍ସି ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି । ଆଉ ସେଲିବ୍ରିଟିମାନଙ୍କର ଛୁଟିଛି ଶୁଭେଚ୍ଛାର ସୁଅ । ହେଲେ ସତରେ କଣ ନେହା ମାଆ ହେବାକୁ ଯାଉଛନ୍ତି ନା ଏହା ପଛରେ ତାଙ୍କର କିଛି ଅନ୍ୟ ଉଦ୍ଦେଶ୍ୟ ଅଛି । ବାସ୍ତବରେ ନେହା ଓ ରୋହନପ୍ରିତଙ୍କର ଆଗକୁ ଆସିବାକୁ ଯାଉଛି ଏକ ମ୍ୟୁଜିକ ଭିଡିଓ । ଭିଡିଓର ଟାଇଟଲ ରହିଛି, ଧ୍ୟାନ ରଖା କର । ସେଇ ମ୍ୟୁଜିକ ଭିଡିଓର ପ୍ରୋମୋସନ ପାଇଁ ନେହା ସୋସିଆଲ ମିଡିଆରେ ଏମିତି ଫଟୋ ସେୟାର କରିଛନ୍ତି । ନେହାଙ୍କର ପ୍ରୋମୋସନ ପାଇଁ ଏପରି କରିବା ପ୍ରଥମ ନୁହେଁ । ଏହା ପୂର୍ବରୁ ନେହା ଆଦିତ୍ୟ ନାରାୟଣଙ୍କ ସହ ବିବାହର ମିଛ ଡ୍ରାମା କରିଥିଲେ । ଦୁହେଁ ବର କନ୍ୟା ବେଶରେ ମଧ୍ୟ ନଜର ଆସିଥିଲେ ।

ପରେ ଦୁହିଁଙ୍କ ମ୍ୟୁଜିକ ଭିଡିଓ ପାଇଁ ଏହା ଏକ ପ୍ରୋମୋସନ ଥିଲା ବୋଲି ଦୁହେଁ ଜଣାଇଥିଲେ । ସେହିପରି ନିଜ ଅନ୍ୟଏକ ମ୍ୟୁଜିକ ଭିଡିଓ ନେହୁ ଦା ବ୍ୟାହରେ ତାଙ୍କର ଓ ରୋହନପ୍ରିତଙ୍କର ବାହାଘର ହେଉଥିବାର ଦେଖାଯାଇଥିଲା । ଯାହା ଆସିବା ପୂର୍ବରୁ ନେହା ବାହାଘରକୁ ନେଇ ଅନେକ ପୋଷ୍ଟ କରିଥିଲେ । ଏଥିସହ ରୋହନପ୍ରିତଙ୍କର ନେହାଙ୍କ ଫଟୋରେ କମେଣ୍ଟ ଓ ନେହାଙ୍କ ରିଆକ୍ସନ ସବୁ ଦେଖି ଦୁହିଁଙ୍କ ଭିତରେ କିଛି ତ ଚାଲିଛି ବୋଲି ସମସ୍ତେ ଜାଣିସାରିଥିଲେ ହେଲେ ସେଇଟା ବାସ୍ତବତାର ରୂପନେଲା ଯେତେବେଳେ ନେହା ଆଉ ରୋହନପ୍ରିତଙ୍କର ବାହାଘର ଓ ରିସେପ୍ସନର ସବୁ ଭିଡିଓ ହୋଇଥିଲା ଭାଇରାଲ । ନେହା ଏମିତି ସବୁବେଳେ ପୋଷ୍ଟ କରୁଥିବାରୁ ଦର୍ଶକ ସବୁବେଳେ ଡାଉଟରେ ଥାଆନ୍ତି କେଉଁଟା ସତ ଆଉ କେଉଁଟା ପ୍ରୋମୋସନ । ଖାଲି ଦେଖିବାକୁ ବାକିରହିଲା ନେହା ଓ ରୋହନ ସତକୁ ସତ କେବେ ଗୁଡ ନ୍ୟୁଜ ଦେଉଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ