Masthead

ଖୋଲିଲା ଶ୍ରୀମନ୍ଦିର

ଭକ୍ତ ଓ ଭଗବାନଙ୍କର ହେବାକୁ ଯାଉଛି ଅପୂର୍ବ ମିଳନ!

ପୁରୀ(ବଡ଼ ଖବର ବ୍ୟୁରୋ): ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ଦୀର୍ଘ ୯ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର । ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ବ୍ୟବଧାନ ଆଜି ଦୂରୀଭୁତ ହୋଇଛି । ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ସେବାୟତ ପରିବାର । ଆଜିଠାରୁ ଲଗାତାର ୩ ଦିନ ଧରି ସେବାୟତ ପରିବାର ମହାପ୍ରଭୁଙ୍କର ଦର୍ଶନ କରିପାରିବେ । ଅନ୍ୟପଟେ ୨୬ରୁ ୩୧ଯାଏଁ ପୁରୀ ସହରବାସୀ ଦର୍ଶନ ପାଇବାର ସୁଯୋଗ ପାଇବେ । ୨୬ରୁ ୩୧ ତାରିଖ ପୁରୀ ସହରବାସୀ ଜଗନ୍ନାଙ୍କୁ ଦର୍ଶନ କରି ପାରିବେ । ଏଥିପାଇଁ ୱାର୍ଡୱାରୀ ତାଲିକା ପ୍ରସ୍ତୁତ କରାଯାଇଛି । ୨୬ ତାରିଖ ସକାଳ ୭.୩୦ ମିନିଟ୍ରୁ ପୁରୀବାସୀଙ୍କ ଦର୍ଶନ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଦର୍ଶନ ୭.୩୦ ରୁ ୧୧.୩୦ ପର୍ଯ୍ୟନ୍ତ ରହିବ । ଦ୍ୱିତୀୟ ପର୍ଯ୍ୟାୟ ୧୨ଟା ରୁ୪ଟା ଓ ତୃତୀୟ ଦଫା ୪.୩୦ରୁ ରାତ୍ର ପହୁଡ଼ ପଡ଼ିବା ପର୍ଯ୍ୟନ୍ତ ଚାଲିବ । ପ୍ରତି ସିଫ୍ଟରେ ପ୍ରତିହାରୀ ନିଯୋଗର ୧୫ ଜଣ ସ୍ୱେଚ୍ଛାସେବୀ ନିୟୋଜିତ ହେବେ । ଆସନ୍ତା ୩ ତାରିଖ ଠାରୁ ସାଧାରଣ ଦର୍ଶନ ଅନୁମତି ମିଳିବ । ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟପକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମସ୍ତ ଲୋକ ନିଜର ପରିଚୟ ପତ୍ର ଦେଖାଇ ମନ୍ଦିରର ୪ ଦ୍ୱାର ଦେଇ ପ୍ରବେଶ କରିପାରିିବେ । ସେହିପରି ୨୬ରୁ ପୁରୀବାସୀଙ୍କ ପାଇଁ ଟୋକନ ବ୍ୟବସ୍ଥା କରାଯାଇଛି । ଏବଂ ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାସ୍କ ଓ ସ।ନିଟାଇଜର ବାଧ୍ୟତାମୂଳକ କରାଯାଇଥିବା ବେଳେ ମନ୍ଦିର ପ୍ରବେଶ ପୂର୍ବରୁ ପ୍ରତି ଭକ୍ତଙ୍କର ଥର୍ମାଲ ସ୍କିନିଂ ମଧ୍ୟ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା