Masthead

ଟିକସଦାତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର! ଜାଣିବା ପାଇଁ ପଢ଼ନ୍ତୁ …

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଡିଟି) ଟିକସଦାତାଙ୍କୁ ଆରାମ ପ୍ରଦାନ କରି ଆୟକର ରିଟର୍ଣ୍ଣ ଦାଖଲ କରିବାର ସମୟସୀମା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନିମନ୍ତେ ଟିକସଦାତାଙ୍କ ପାଇଁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଡିସେମ୍ବର ୨୦୨୦ । ତେଣୁ ସମସ୍ତେ ଏହି ସମୟ ସୀମା ମଧ୍ୟରେ ଦାଖଲ କରିବାକୁ କୁହାଯାଇଛି । ଏଥିରେ ବିଳମ୍ବ ହେଲେ ସେମାନଙ୍କୁ ଜୋରିମାନା ଦେବାକୁ ପଡ଼ିବ ।

ଏହି ଟିକସଦାତାମାନଙ୍କ ପାଇଁ ସମୟସୀମା ହେଉଛି ୩୧ ଜାନୁୟାରୀ
ITR ଦାଖଲ କରିବାର ଶେଷ ତାରିଖ ହେଉଛି ୩୧ ଜାନୁୟାରୀ ୨୦୨୧ ଟିକସଦାତାଙ୍କ ପାଇଁ ଯାହାର ଆକାଉଣ୍ଟ ଅଡିଟ୍ ହେବା ଆବଶ୍ୟକ । ସରକାର ଏହା ପୂର୍ବରୁ ଟିକସଦାତାଙ୍କୁ ଓଞଜ ଦାଖଲ କରିବାର ସମୟସୀମାକୁ ୩୧ ଜୁଲାଇରୁ ୩୦ ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ।
କ’ଣ ଆବଶ୍ୟକ
ITR ପୂରଣ କରିବା ସହ ଏହାର ଇ-ଯାଞ୍ଚ କରିବା ପରେ ରିଟର୍ଣ୍ଣର
ଇ-ଯାଞ୍ଚ ଆବଶ୍ୟକ । ଆପଣ ଅନଲାଇନରେ ଏହାକୁ ଯାଞ୍ଚ କରିପାରିବେ । ଏଥିପାଇଁ incometaxindiaefiling.gov.in ୱେବସାଇଟ୍ ଯିବାକୁ ପଡ଼ିବ । 

ମୋଟ ୫.୨୫ କୋଟି ଟିକସଦାତାଙ୍କ ମଧ୍ୟରୁ ୩.୭୫ କୋଟି ଟିକସଦାତା ଆୟକର ରିଟର୍ଣ୍ଣ ଦାଖଲ କରିସାରିଛନ୍ତି। ଏଥିରେ ବ୍ୟକ୍ତିଗତ କରଦାତା ଅନ୍ତର୍ଭୁକ୍ତ । ଅନ୍ୟ କମ୍ପାନୀ ଯେଉଁଠାରେ ଟ୍ୟାକ୍ସ ଅଡିଟ୍ ଆବଶ୍ୟକ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ 🔴 ପୀତବାସ ପଣ୍ଡାଙ୍କୁ ଦେଶୀ ବନ୍ଧୁକରୁ ଗୁଳି ମାଡ଼! 🔴 ଆଜି ବିଜେପିର କୋର କମିଟି ବୈଠକ 🔴 ଆଜି ବି ବର୍ଷିବ 🔴 ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ; ୩ ଶ୍ରମିକ ମୃତ 🔴 ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ 🔴 କଟକକୁ ଫେରୁଛି ଶାନ୍ତି 🔴 ୩ ଦିନ ଘଡ଼ଘଡ଼ି ସହ ବର୍ଷା 🔴 ବିଜେପି ନେତାଙ୍କୁ ଗୁଳିମାଡ 🔴 ବାଲେଶ୍ବର ସହରରେ ଲାଗିଲା ରାତ୍ରିକାଳୀନ କଟକଣା 🔴 ୧୪ ଜିଲ୍ଲାକୁ ସତର୍କ