ଆରସିପି ସିଂଙ୍କ କାନ୍ଧରେ ଜେଡିୟୁ ଭାର

ବିହାର(ବଡ଼ ଖବର ବ୍ୟୁରୋ):ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ବଡ଼ ଧରଣର ବଦଳ ହୋଇଛି। ଆରସିପି ସିଂଙ୍କ କାନ୍ଧରେ ଜେଡିୟୁ ଭାର ଦେଇଛନ୍ତି ନୀତୀଶ । ଏକ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରାକ୍ତନ ମୁଖ୍ୟ ନୀତୀଶ କୁମାର ଏହି ଦାଇିତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି ପଦବୀକୁ ପରିଚାଳନା ଏକାସାଙ୍ଗରେ କରିବା ସହଜ ନୁହେଁ। ଉଭୟ ପରିଚାଳନା କରିବା କଷ୍ଟକର ହୋଇଥିବାରୁ ନୀତୀଶ କୁମାର ଆରସିପି ସିଂଙ୍କ ନାମ ପ୍ରସ୍ତାବ ଦେଇଥିଲେ ଏବଂ ପରେ ଅନ୍ୟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ।। ନୀତୀଶଙ୍କ ଘନିଷ୍ଠ ବିଶ୍ୱାସୀ ଥିଲେ ଆରସିପି ସିଂ। ତିନି ବର୍ଷ ପାଇଁ ୨୦୧୯ ରେ ଜେଡିୟୁ ସଭାପତି ଭାବରେ ପୁନ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଙ୍କୁ ବିହାରର ଜେଡିୟୁ କୋଟାରୁ ରାଜ୍ୟସଭା ପଠାଇଥିଲେ। ବିହାର ନିର୍ବାଚନ ସମୟରେ ନୀତୀଶ କୁମାର ଅନେକ ପ୍ରସଙ୍ଗରେ ତାଙ୍କ ସହିତ ପରାମର୍ଶ କରୁଥିଲେ । ସେ ଆଗରୁ ଉତ୍ତରପ୍ରଦେଶ କ୍ୟାଡରରେ ଆଇଏଏସ୍ ଅଧିକାରୀ ଥିଲେ ଏବଂ ନୀତୀଶଙ୍କ ସରକାରରେ ମୁଖ୍ୟ ଶାସନ ସଚିବ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ