Masthead

ଆରସିପି ସିଂଙ୍କ କାନ୍ଧରେ ଜେଡିୟୁ ଭାର

ବିହାର(ବଡ଼ ଖବର ବ୍ୟୁରୋ):ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ବଡ଼ ଧରଣର ବଦଳ ହୋଇଛି। ଆରସିପି ସିଂଙ୍କ କାନ୍ଧରେ ଜେଡିୟୁ ଭାର ଦେଇଛନ୍ତି ନୀତୀଶ । ଏକ ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁର ପ୍ରାକ୍ତନ ମୁଖ୍ୟ ନୀତୀଶ କୁମାର ଏହି ଦାଇିତ୍ୱ ଦେଇଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଏବଂ ସଭାପତି ପଦବୀକୁ ପରିଚାଳନା ଏକାସାଙ୍ଗରେ କରିବା ସହଜ ନୁହେଁ। ଉଭୟ ପରିଚାଳନା କରିବା କଷ୍ଟକର ହୋଇଥିବାରୁ ନୀତୀଶ କୁମାର ଆରସିପି ସିଂଙ୍କ ନାମ ପ୍ରସ୍ତାବ ଦେଇଥିଲେ ଏବଂ ପରେ ଅନ୍ୟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ।। ନୀତୀଶଙ୍କ ଘନିଷ୍ଠ ବିଶ୍ୱାସୀ ଥିଲେ ଆରସିପି ସିଂ। ତିନି ବର୍ଷ ପାଇଁ ୨୦୧୯ ରେ ଜେଡିୟୁ ସଭାପତି ଭାବରେ ପୁନ ନିର୍ବାଚିତ ହୋଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ସିଂଙ୍କୁ ବିହାରର ଜେଡିୟୁ କୋଟାରୁ ରାଜ୍ୟସଭା ପଠାଇଥିଲେ। ବିହାର ନିର୍ବାଚନ ସମୟରେ ନୀତୀଶ କୁମାର ଅନେକ ପ୍ରସଙ୍ଗରେ ତାଙ୍କ ସହିତ ପରାମର୍ଶ କରୁଥିଲେ । ସେ ଆଗରୁ ଉତ୍ତରପ୍ରଦେଶ କ୍ୟାଡରରେ ଆଇଏଏସ୍ ଅଧିକାରୀ ଥିଲେ ଏବଂ ନୀତୀଶଙ୍କ ସରକାରରେ ମୁଖ୍ୟ ଶାସନ ସଚିବ ଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା