ଢ଼େଙ୍କାନାଳ(ବଡ଼ ଖବର ବ୍ୟୁରୋ): ମିଶିନାହିଁ, ମୋତେ ଫଟୋରେ ମିଶାଇ ଦେଲେ । ଏହା କହିଛନ୍ତି ଢେଙ୍କାନାଳ ପୌରପାଳିକାର ପୂର୍ବତନ ନଗରପାଳ ତଥା ୮ ନମ୍ବର ୱାର୍ଡ଼ର ପୂର୍ବତନ କାଉନସିଲର ସୁମିତ୍ରା ଭୋଇ । ସେ ସାର୍ବଜନୀନ ଭାବେ ପଠାଇଛନ୍ତି ତାଙ୍କର ଏହି ଘୋଷଣା ପତ୍ର । ଗତ ୨୩ ତାରିଖରେ ବିଜେଡିର ମିଶ୍ରଣ ପର୍ବ ଢେଙ୍କାନାଳରେ ଅନୁଷ୍ଠିତ ହୋଇଥିଲା । ସୁମିତ୍ରା ବିଜେଡିରେ ଯୋଗ ଦେଲେ ବୋଲି ଏକ ବିଭ୍ରାନ୍ତିକର ବ୍ୟାନର୍ ଢେଙ୍କାନାଳର ବିଭିନ୍ନ ସ୍ଥାନରେ ମରାଯାଇଥିଲା ।
ସୁମିତ୍ରା ଲେଖିଛନ୍ତି, ସେ ବିଜେଡିରେ ମିଶିବାର କୌଣସି ସତ୍ୟତା ନାହିଁ । ତାଙ୍କ ନେତା ପୂର୍ବତନ ବିଧାୟକ ନବୀନ ନନ୍ଦ । ନବୀନଙ୍କ ନେତୃତ୍ୱରେ ଭାରତୀୟ ଜାତୀୟ କଂଗ୍ରେସ ଦଳରେ କାମ କରୁଛନ୍ତି ।