Masthead

ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର(ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଖୋଲିଲା ମା’ ବିରଜାଙ୍କ ମନ୍ଦିର । ଦୀର୍ଘ ନଅ ମାସର ଅପେକ୍ଷା ପରେ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଆଜି ସକାଳୁ ଉତ୍ସାହର ସହ ଶ୍ରଦ୍ଧାଳୁ ମାନେ ଫୁଲ ଦୀପ ପ୍ରଦାନ କରି ଦର୍ଶନ କରିଛନ୍ତି । ଭକ୍ତଙ୍କ ମହଲରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ସକାଳ ୬ ଟାରୁ ସଂଧ୍ୟା ୫ଟା ଯାଏଁ ଦର୍ଶନ ସମୟ ରହିଥିବା ବେଳେ ଉଭୟ ପୁରୁଷ ଓ ମହିଳା ବାରିକେଟ ମଧ୍ୟରେ ଦର୍ଶନ କରୁଛନ୍ତି । ସାମାଜିକ ଦୂରତା ମଧ୍ୟରେ ନାଭିଗୟାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯିବାକୁ ଅନୁମତି ଦିଆଯାଇଛି ।

ଭିଡକୁ ଲକ୍ଷ୍ୟ ରଖି ଆସନ୍ତା ବର୍ଷ ଜାନୁୟାରି ୧ ରୁ ୩ ତାରିଖ ଯାଏଁ ସାଧାରଣ ଦର୍ଶନ ବନ୍ଦ ରଖାଯିବ ବୋଲି ଉପଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୧୯ ତାରିଖରୁ କରୋନା କଟକଣା ଯୋଗୁଁ ଜ଼ିଲ୍ଲାପ୍ରଶାସନ ଓ ମନ୍ଦିର ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ ମା’ ବିରଜାଙ୍କ ମନ୍ଦିର ବନ୍ଦ ରଖାଯାଇଥିଲା । ବର୍ତ୍ତମାନ ମା’ଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଲାଭ କରି ଖୁସିଥିବା ବେଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତା ଶେଷ ହେଲାବୋଲି ସେବାୟତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା