Masthead

ବର୍ଷା-ଅନୁଭବ ବିବାଦ ମାମଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଶେଷ ହେବାର ନାଁ ଧରୁନି । ଲାଗୁଛି ଯେମିତି ଏତେ ବର୍ଷ ଭିତରେ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗର ଲିଷ୍ଟ ତିଆରି କରୁଥିଲେ ବର୍ଷା । ବାହାଘରର ଏତେବର୍ଷ ମଧ୍ୟରେ କେବେବି ପରିବାର ବିରୁଦ୍ଧରେ ଅଭିଯୋଗ ଆଣିନଥିଲେ । ହେଲେ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ବର୍ଷା ନିର୍ଯାତିତ ହେଉଥିବାର ପ୍ରଥମେ ଅଭିଯୋଗ ଆଣିଲେ । ଏସଡିଜେଏମ କୋର୍ଟରେ ମାମଲା ଦାୟର କଲେ । ତେବେ ଏହି ସବୁକୁ ସ୍ୱାମୀ ଅନୁଭବ ମହାନ୍ତି ମିଥ୍ୟା ଅଭିଯୋଗ ବୋଲି କହିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଡି ଥାନାରେ ପରସ୍ୱର ବିରୁଦ୍ଧରେ ଅନେକ ବାର ଅଭିଯୋଗ କରିସାରିଲେଣି । ପ୍ରତି ସପ୍ତାହରେ କିଛି ନା କିଛି ଖବର ଏମାନଙ୍କର ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି । ଶେଷ ସପ୍ତାହରେ ଏକ ଭିଡିଓ ଭାଇରାଲ ହେବାପରେ ପୁଣି ଚର୍ଚ୍ଚାକୁ ଆସିଥିଲେ ଏହି ଯୋଡି । ଆଜି ବର୍ଷା ପୁଣି ନିଜ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ।

ବର୍ଷା ମହିଳା କମିଶନରେ ହାଜର ହୋଇଛନ୍ତି । ଏଥର ପୁରା ପରିବାର ବିରୁଦ୍ଧରେ ସେ ଅଭିଯୋଗ ଆଣିଛନ୍ତି । ମହିଳା କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଅନୁଭବ, ତାଙ୍କ ବାପା ଓ ମାଆଙ୍କୁ ହାଜିରା ହେବା ପାଇଁ ନୋଟିସ କରାଯାଇଥିଲା । ବର୍ଷା ଅନୁଭବଙ୍କ ବିରୁଦ୍ଧରେ ଶାରୀରିକ ଓ ମାନସିକ ନିର୍ୟାତନାର ଅଭିଯୋଗ ଆଣିଥିଲେ । ୍େତବେ ଆଗକୁ ଆଉ କେଉଁ ଅଭିଯୋଗ ସାମ୍ନାକୁ ଆସିବ , ତାହା ଦେଖିବା ବାକି ରହିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ