Masthead

ପ୍ରତିଶୋଧ ନେଲା ଭାରତ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ବିରାଟଙ୍କ ଅନୁପସ୍ଥିତିରେ ଭାରତର ବିରାଟ ବିଜୟ । ମେଲବର୍ଣ୍ଣରେ ଇତିହାସ ସୃଷ୍ଟି କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଟେଷ୍ଟରେ ଲଜ୍ଜାଜନକ ପରାଜୟ ପରେ ଦ୍ୱିତୀୟ ଟେଷ୍ଟରେ ପ୍ରତିଶୋଧ ନେଇଛି ଭାରତ । ନୂଆ ବର୍ଷରେ କ୍ରିକେଟ ପ୍ରଶଂସକଙ୍କୁ ସର୍ବୋତ୍ତମ ଉପହାର ପ୍ରଦାନ କରିଛି ଟିମ୍ ଇଣ୍ଡିଆ । କଙ୍ଗାରୁକୁ ଦ୍ୱିତୀୟ ଟେଷ୍ଟରେ ୮ ୱିକେଟରେ ପରାସ୍ତ କରିଛି ଭାରତ । ପ୍ରଥମ ଟେଷ୍ଟରେ ଭାରତକୁ ଅଷ୍ଟ୍ରେଲିଆ ୮ ୱିକଟେରେ କରିଥିଲା ପରାସ୍ତ । ଆଜି ସେହି ମ୍ୟାଚ ପରାଜୟର ପ୍ରତିଶୋଧ ନେଇଛି ଭାରତ । ଦ୍ୱିତୀୟ ଟେଷ୍ଟରେ କଙ୍ଗାରୁକୁ ମଧ୍ୟ ୮ ୱିକେଟରେ ପରାସ୍ତ କରିଛି ଭାରତ । ମେଲବର୍ଣ୍ଣରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ରାହାଣେଙ୍କ ଶତକ ଓ ଭାରତୀୟ ବୋଲରଙ୍କ ଦମଦାର ପ୍ରଦର୍ଶନ ଭାରତକୁ ଏହି ବର୍ଡର ଗାଭାସ୍କର ସିରିଜରେ ୧-୧ରେ ବରାବର କରିଛି ।

ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଭାରତ ୩୬ ରନରେ ଅଲଆଉଟ ହୋଇ ମ୍ୟାଚରେ ହୋଇଥିଲା ପରାସ୍ତ । ଏହାର ଠିକ ୩ ଦିନ ପରେ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ଦମଦାର କମବ୍ୟାକ କରି ଇତିହାସ ସୃଷ୍ଟି କରିଛି ଭାରତ । ୨୦୧୮ରେ ମେଲବର୍ଣ୍ଣରେ ବିରାଟଙ୍କ ନେତୃତ୍ୱରେ ଜିତିଥିବା ଭାରତ ଆଜି ରାହାଣେଙ୍କ ନେତୃତ୍ୱରେ ଇତିହାସକୁ ଦୋହରାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼ 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ନିର୍ବାଚନ ଲଢ଼ିବେନି ଜୁଏଲ ଓରାମ 🔴 ରାଜ୍ୟରେ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ 🔴 ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ 🔴 ପ୍ରେମ କରିବା ପଡିଲା ମହଙ୍ଗା 🔴 ଚୋର ଭାବି ପୁଲିସକୁ ନିସ୍ତୁକ ମାଡ଼