Before Header

ବାବା ଗଢ଼ିଲେ ଦେଶ, ମାନ୍ୟତା ମାଗିଲେ ଶିଷ୍ୟା

0 16

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବାବା ନିତ୍ୟାନନ୍ଦ । ଦୁଷ୍କର୍ମ ଅଭିଯୋଗରେ ଗୋଟେ ସମୟରେ ଭାରତରେ ସେ ଚର୍ଚ୍ଚାରେ ଥିଲେ । ଚାପ ପଡିଲା, କେସ ବଢିଲା । ଦେଶ ଛାଡିଲେ ଏହି ଭଣ୍ଡାବାବା । ୨୦୧୮ରୁ ଲୋକଲୋଚନକୁ ଆସିଲେ ନାହିଁ । ହେଲେ ଏବେ ତାଙ୍କ ଶିଷ୍ୟା ଯାହା କରିଛନ୍ତି ତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି । ଏବେ ଚର୍ଚ୍ଚାରେ ବାବା ନିତ୍ୟାନନ୍ଦ ଶିଶ୍ୟା । ଜାତିସଂଘରରେ କୈଳାସର ପ୍ରତିନିଧିତ୍ୱ କରୁଥିବା ତାଙ୍କ ଶିଷ୍ୟା ନାଁ ହେଉଛି ବିଜୟ ପ୍ରିୟା । ଯାହାର ଫଟୋ ଓ ଭିଡିଓ ଏବେ ଭାଇରାଲ ହୋଇଛି । ଜେନେଭାଠାରେ ହୋଇଥିବା ଜାତିସଂଘ ବୈଠକରୁ ଏହି ଫଟୋ ଓ ଭିଜୁଆଲ ବର୍ତମାନ ସାମ୍ନାକୁ ଆସିଛି । ସୋସିଆଲ ମିଡିଆର ସମସ୍ତ ଫ୍ଲାଟଫର୍ମରେ ଏବେ ଏହି ଭିଡିଓ ଓ ଫଟୋ ଭାଇରାଲ ହେବାରେ ଲାଗିଛି ।

ଦୁଷ୍କର୍ମ ଅଭିଯୁକ୍ତ ତାମିଲନାଡୁର ନିତ୍ୟାନନ୍ଦଙ୍କ ଶିଷ୍ୟା ବିଜୟ ପ୍ରିୟା ୟୁନାଇଟେଡ ଷ୍ଟେଟ୍ସ ଅଫ୍ କୈଳାସର ପ୍ରତିନିଧିତ୍ୱ କରିଛନ୍ତି । ବିଜୟ ପ୍ରିୟା ଗେରୁଆ ରଙ୍ଗର ଶାଢୀ ପିନ୍ଧିବା ସହ ଗଳାରେ ରୁଦ୍ରାକ୍ଷ ମାଳା ଓ ମଥାରେ ପିନ୍ଧିଛନ୍ତି ଟିକା । ମୁଣ୍ଡରେ ବାନ୍ଧିଛନ୍ତି ଜଟା । ୟୁନାଇଟେଡ ଷ୍ଟେଟ୍ସ ଅଫ୍ କୈଳାସ ହେଉଛି ଦୁଷ୍ମର୍ମ ଅଭିଯୋଗରେ ତାମିଲନାଡୁରୁ ୨୦୧୮ରେ ପଳାୟନ କରିଥିବା ନିତ୍ୟାନନ୍ଦର ଅବାସ୍ତବ ଦେଶ । ଜାତିସଂଘରେ ଯାହାର ନେତୃତ୍ୱ ନେଇଛନ୍ତି ବିଜ୍ରୟପ୍ରିୟା । ଜାତିସଂଘରେ ସେ କହିଛନ୍ତି ଯେ ସେ ହେଉଛନ୍ତି ୟୁନାଇଟେଡ ଷ୍ଟେଟ୍ସ ଅଫ୍ କୈଳାସର ପ୍ରତିନିଧି ।

ଜାତିସଂଘରେ ସେ କହିଛନ୍ତି ଯେ ନିତ୍ୟାନନ୍ଦଙ୍କ ପ୍ରତି ଭାରତ ଅନ୍ୟାୟ କରିଛି । କିନ୍ତୁ ପରେ ସେ କହିଛନ୍ତି ଯେ କୈଳାସକୁ ଭାରତ ଉଚ୍ଚ ଦୃଷ୍ଟି କୋଣରେ ଦେଖୁଛି । ତେବେ ୟୁନାଇଟେଡ ଷ୍ଟେଟ୍ସ ଅଫ କୈଳାସ ବା ୟୁଏସକେର ପ୍ରତିନିଧିମାନେ ଯାହା କିଛି ବି ଜାତିସଂଘରେ ଦାକଳ କରିଛନ୍ତି ସେ ସବୁ ସଙ୍ଗଠନର ମନ୍ତବ୍ୟ ବୋଲି ଗ୍ରହଣ କରାଯାଇଛି । ଜାତିସଂଘରେ ୟୁନାଇଟେଡ ଷ୍ଟେଟ୍ସ ଅଫ କୈଳାସର ପ୍ରତିନିଧିତ୍ୱ କରୁଥିବା ବିଜୟପ୍ରିୟାଙ୍କ କଥା କହିବା, ସେ ହେଉଛନ୍ତି ଆମେରିକାର ବାସିନ୍ଦା । ଏବଂ କାନାଡା ମାନିଟୋବା ବିଶ୍ୱବିଦ୍ୟାଳୟରୁ ୨୦୧୪ରେ ମାଇକ୍ରୋବାୟୋଲୋଜିରେ ଶିକ୍ଷା ଲାଭ କରିଛନ୍ତି । ବିଜୟପ୍ରିୟ ଇଂରାଜୀ ସମେତ ଫ୍ରେଞ୍ଚ, କ୍ରିଓଲି ଭଳି ଅନେକ ଭାଷାରେ କଥାବାର୍ତା େହେବାର ଅଭିଜ୍ଞତା ରହିଛି । ତାଙ୍କ ଡ଼ାହାଣ ହାତରେ ନିତ୍ୟାନନ୍ଦଙ୍କ ଟାଟୁ ରହିଛି ।

ଜାତିସଂଘ ବୈଠକରେ ଖାଲି ଯେ ବିଜୟପ୍ରିୟା ୟୁନାଇଟେଡ ଷ୍ଟେଟ୍ସ ଅଫ କୈଳାସର ପ୍ରତିନିଧିତ୍ୱ କରୁଥିଲେ ତାହା ନୁହେଁ ଅନ୍ୟ କିଛି ମହିଳା ଓ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ । ୟୁନାଇଟେଡ ଷ୍ଟେଟ୍ସ ଅଫ କୈଳାସର ପ୍ରତିନିଧିତ୍ୱ ମଣ୍ଡଳି ଜାତିସଂଘରେ ଚର୍ଚ୍ଚାର ବିଷୟ ପାଲଟିଥିଲେ । ଦୁଷ୍କର୍ମ ଅଭିଯୁକ୍ତ ତାମିଲନାଡୁର ବାବା ନିତ୍ୟାନନ୍ଦ ୨୦୧୮ରେ ଭାରତ ଛାଡି ବିଦେଶ ପଲାଇଛନ୍ତି । ଅନୈତିକ କାର୍ଯ୍ୟକଳାପ ଯୋଗୁଁ ଭାରତରେ ନିତ୍ୟାନନ୍ଦଙ୍କ ନାଁରେ ଅନେକ ଥାନାରେ କେସ ହୋଇଥିବା ବେଳେ ଅଶ୍ଳୀଳ କାର୍ଯ୍ୟ ପାଇଁ ଲୋକେ ତାଙ୍କୁ ବିରୋଧ କରିଥିଲେ । ଯାହାକୁ ଖଣ୍ଡନ କରିଥିଲେ ନିତ୍ୟାନନ୍ଦ । ଶେଷରେ ସେ ଦେଶ ଛାଡି ପଳାୟନ କରିଥିଲେ । ଆଉ ଥରେ ଶୁଣିନେବା ଆସନ୍ତୁ ଜାତିସଂଘରେ ଦେଇଥିବା ବିଜୟପ୍ରିୟାଙ୍କ ଭାଷଣ ।

Leave A Reply

Your email address will not be published.