ଗୁହାଳ ଘରେ  ବିତୁଛି ଜୀବନ

ଅଚିନ୍ତା ନିଦ୍ରାରେ ପ୍ରଶାସନ

କୋଣାର୍କ(ବଡ଼ ଖବର ବ୍ୟୁରୋ): ଗରିବ ଲୋକମାନଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା, କିନ୍ତୁ ସେ ଯୋଜନା ସବୁ ଯେମିତି  କାଗଜ କଲମରେ ସୀମିତ ତାହା କହିବା ଭୁଲ ହେବନାହିଁ। ଯେଉଁଥି ପାଇଁ ସାରା ରାଜ୍ୟରେ ଅନେକ ଲୋକ ଆଜି ବି ଅବହେଳିତ ହୋଇ ବଞ୍ଚୁଥିବା ନଜରକୁ ଆସୁଛି। ଅନେକ ସମୟରେ ସାଧାରଣ ଲୋକଟିଏ ତାର ମୌଳିକ ଅଧିକାର ରୁ ମଧ୍ୟ ବଞ୍ଚିତ ହେଉଛି।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ବିରତୁଙ୍ଗ ପଞ୍ଚାୟତ, ଗଡ଼ କରମଳା ଗାଁ ଦଳିତ ସାହିରେ।ପରିବାର ରେ ସଦସ୍ୟ ୪ ଜଣ, କିନ୍ତୁ ୪ ପ୍ରାଣୀ ଙ୍କ ଜୀବନ କଟୁଛି ଗୁହାଳ ଘରେ।ସରକାରୀ ଯୋଜନା ସତେ ଯେମିତି ପାଲଟିଛି ସାତ ସପନ। ଗୋଟିଏ ବଖରା ଘରେ ଗାଈ ସହିତ ଅନ୍ୟ ଗୃହପାଳିତ ପଶୁ ଙ୍କୁ ନେଇ ଚଳୁଛନ୍ତି ପରିବାର ଲୋକେ।ନା ଚଳିବାକୁ ଅଛି ଘର ନା ଭଲ ରେ ବଞ୍ଚିବା ର କିଛି ମାଧ୍ୟମ। ସରକାରୀ ଯୋଜନାରେ ଗରିବ ଲୋକମାନଙ୍କୁ ଉଜ୍ଵଳା ଗ୍ୟାସ ଯୋଗାଇ ଦିଆଯାଉଥିବା ବେଳେ ଏଥିରୁ ବଞ୍ଚିତ ଏହି ପରିବାର ଲୋକେ।ଗତ ଫନି ବାତ୍ୟା ରେ ଭାଙ୍ଗି ଯାଇଥିବା ନିଜ ଘରକୁ ସଜାଡ଼ିବା ପାଇଁ ଟଙ୍କାର ଅଭାବ ହେତୁ ଦୁର୍ଦ୍ଦିନରେ କଟୁଛି ଏମାନଙ୍କ ଜୀବନ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା କୌଣସି ପ୍ରଶାସନିକ ଅଧିକାରୀ ନା ଲୋକପ୍ରତିନିଧି ସରପଞ୍ଚ ଏମାନଙ୍କୁ ସହଯୋଗର ହାତ ବଢ଼ାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଏସମ୍ପର୍କରେ ଏଯାବତ୍ ସରପଞ୍ଚ ମୁହଁ ଖୋଲି ନାହାନ୍ତି । ସରପଞ୍ଚ ଶଶାଙ୍କ ମହାପାତ୍ରଙ୍କର ଲୋକଙ୍କ ପାଇଁ ଅବହେଳା ହେଉ କିମ୍ବା ଅନ୍ୟ କିଛି ହୀନ ଚକ୍ରାନ୍ତ ଯେଉଁଥି ପାଇଁ ଆଜି ବି ଅବହେଳିତ ହୋଇପଡିଛନ୍ତି ଗଡ଼ କରମଳା ଗାଁ ର ବାସିନ୍ଦା। ଯେଉଁଠି ଖୋଦ ସରପଞ୍ଚ ବାବୁ ବଡ଼ ମହଲରେ ବାସ କରୁଛନ୍ତି ସେଠି ନିଜ ପଞ୍ଚାୟତ ର ଲୋକଙ୍କ ଏପରି ସମସ୍ୟା ସରପଞ୍ଚ ଙ୍କୁ ସନ୍ଦେହ ଘେରକୁ ଟାଣୁଛି। କାହା ଛତ୍ର ଛାୟା ରେ ବାବୁ ସରପଞ୍ଚ।ନିମାପଡା ନିର୍ବାଚନ ମଣ୍ଡଳୀ ର କେହି ଦଳୀୟ ରାଜନେତା ନା କୌଣସି ପ୍ରଶାସନିକ ଅଧିକାରୀ।ଯେଉଁଥି ପାଇଁ ଲୋକଙ୍କ ସମସ୍ୟା ସମାଧାନ ନକଲେ ମଧ୍ୟ ଅଚିନ୍ତା ରେ ଅଛନ୍ତି ସରପଞ୍ଚ ବାବୁ।

ସେପଟେ ଏହି ସମ୍ପର୍କରେ  ଅବଗତ ନଥିବା ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସ କହିଛନ୍ତି ।  ସେ ଏହା ଉପରେ ତଦନ୍ତ କରି ଯଥାସମ୍ଭବ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ