Masthead

ଗୁହାଳ ଘରେ  ବିତୁଛି ଜୀବନ

ଅଚିନ୍ତା ନିଦ୍ରାରେ ପ୍ରଶାସନ

କୋଣାର୍କ(ବଡ଼ ଖବର ବ୍ୟୁରୋ): ଗରିବ ଲୋକମାନଙ୍କ ପାଇଁ ସରକାରଙ୍କର ଅନେକ ଯୋଜନା, କିନ୍ତୁ ସେ ଯୋଜନା ସବୁ ଯେମିତି  କାଗଜ କଲମରେ ସୀମିତ ତାହା କହିବା ଭୁଲ ହେବନାହିଁ। ଯେଉଁଥି ପାଇଁ ସାରା ରାଜ୍ୟରେ ଅନେକ ଲୋକ ଆଜି ବି ଅବହେଳିତ ହୋଇ ବଞ୍ଚୁଥିବା ନଜରକୁ ଆସୁଛି। ଅନେକ ସମୟରେ ସାଧାରଣ ଲୋକଟିଏ ତାର ମୌଳିକ ଅଧିକାର ରୁ ମଧ୍ୟ ବଞ୍ଚିତ ହେଉଛି।

ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଗୋପ ବ୍ଲକ ବିରତୁଙ୍ଗ ପଞ୍ଚାୟତ, ଗଡ଼ କରମଳା ଗାଁ ଦଳିତ ସାହିରେ।ପରିବାର ରେ ସଦସ୍ୟ ୪ ଜଣ, କିନ୍ତୁ ୪ ପ୍ରାଣୀ ଙ୍କ ଜୀବନ କଟୁଛି ଗୁହାଳ ଘରେ।ସରକାରୀ ଯୋଜନା ସତେ ଯେମିତି ପାଲଟିଛି ସାତ ସପନ। ଗୋଟିଏ ବଖରା ଘରେ ଗାଈ ସହିତ ଅନ୍ୟ ଗୃହପାଳିତ ପଶୁ ଙ୍କୁ ନେଇ ଚଳୁଛନ୍ତି ପରିବାର ଲୋକେ।ନା ଚଳିବାକୁ ଅଛି ଘର ନା ଭଲ ରେ ବଞ୍ଚିବା ର କିଛି ମାଧ୍ୟମ। ସରକାରୀ ଯୋଜନାରେ ଗରିବ ଲୋକମାନଙ୍କୁ ଉଜ୍ଵଳା ଗ୍ୟାସ ଯୋଗାଇ ଦିଆଯାଉଥିବା ବେଳେ ଏଥିରୁ ବଞ୍ଚିତ ଏହି ପରିବାର ଲୋକେ।ଗତ ଫନି ବାତ୍ୟା ରେ ଭାଙ୍ଗି ଯାଇଥିବା ନିଜ ଘରକୁ ସଜାଡ଼ିବା ପାଇଁ ଟଙ୍କାର ଅଭାବ ହେତୁ ଦୁର୍ଦ୍ଦିନରେ କଟୁଛି ଏମାନଙ୍କ ଜୀବନ। ବାରମ୍ବାର ଅଭିଯୋଗ ପରେ ମଧ୍ୟ ନା କୌଣସି ପ୍ରଶାସନିକ ଅଧିକାରୀ ନା ଲୋକପ୍ରତିନିଧି ସରପଞ୍ଚ ଏମାନଙ୍କୁ ସହଯୋଗର ହାତ ବଢ଼ାଇ ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ଏସମ୍ପର୍କରେ ଏଯାବତ୍ ସରପଞ୍ଚ ମୁହଁ ଖୋଲି ନାହାନ୍ତି । ସରପଞ୍ଚ ଶଶାଙ୍କ ମହାପାତ୍ରଙ୍କର ଲୋକଙ୍କ ପାଇଁ ଅବହେଳା ହେଉ କିମ୍ବା ଅନ୍ୟ କିଛି ହୀନ ଚକ୍ରାନ୍ତ ଯେଉଁଥି ପାଇଁ ଆଜି ବି ଅବହେଳିତ ହୋଇପଡିଛନ୍ତି ଗଡ଼ କରମଳା ଗାଁ ର ବାସିନ୍ଦା। ଯେଉଁଠି ଖୋଦ ସରପଞ୍ଚ ବାବୁ ବଡ଼ ମହଲରେ ବାସ କରୁଛନ୍ତି ସେଠି ନିଜ ପଞ୍ଚାୟତ ର ଲୋକଙ୍କ ଏପରି ସମସ୍ୟା ସରପଞ୍ଚ ଙ୍କୁ ସନ୍ଦେହ ଘେରକୁ ଟାଣୁଛି। କାହା ଛତ୍ର ଛାୟା ରେ ବାବୁ ସରପଞ୍ଚ।ନିମାପଡା ନିର୍ବାଚନ ମଣ୍ଡଳୀ ର କେହି ଦଳୀୟ ରାଜନେତା ନା କୌଣସି ପ୍ରଶାସନିକ ଅଧିକାରୀ।ଯେଉଁଥି ପାଇଁ ଲୋକଙ୍କ ସମସ୍ୟା ସମାଧାନ ନକଲେ ମଧ୍ୟ ଅଚିନ୍ତା ରେ ଅଛନ୍ତି ସରପଞ୍ଚ ବାବୁ।

ସେପଟେ ଏହି ସମ୍ପର୍କରେ  ଅବଗତ ନଥିବା ଗୋପ ବିଡ଼ିଓ ଦୀପ୍ତିରାଣୀ ଦାସ କହିଛନ୍ତି ।  ସେ ଏହା ଉପରେ ତଦନ୍ତ କରି ଯଥାସମ୍ଭବ ସରକାରୀ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ