Masthead

ଆଖିଧରା ସୌନ୍ଦର୍ଯ୍ୟ : ସାଇଧାରା ଜଳପ୍ରପାତ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରା ସାଇଧାରା ଜଳପ୍ରପାତ

ଝରିଗାଁ(ବଡ଼ ଖବର ବ୍ୟୁରୋ): ଓଡ଼ିଶା ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଅଟେ । ଏହାର ପ୍ରତ୍ୟେକ ଜିଲ୍ଲାରେ ପ୍ରାକୃତିକ ସୋନ୍ଦର୍ଯ୍ୟତା ଭରି ରହିଛି । ଏଥିମଧ୍ୟରୁ ନବରଙ୍ଗପୁର ଜିଲ୍ଲା ଅନ୍ୟତମ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସ୍ଥିତ ସାଇଧାରା ଜଳପ୍ରପାତ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ପ୍ରକୃତିର ଦାନରେ ଏଠାରେ ଭରି ରହିଛି ପ୍ରାକୃତିକ ସୌନ୍ଦର୍ଯ୍ୟତା । ସୌନ୍ଦର୍ଯ୍ୟ ଭରା ବଣ ଜଙ୍ଗଲ ସହିତ ସୁଉଚ୍ଚ ଜଳ ପ୍ରପାତ । ଏହି  ସୌନ୍ଦର୍ଯ୍ୟ  କୁ ଉପଭୋଗ କରିବା ପାଇଁ ବାହାରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ବ୍ୟସ୍ତ ବହୁଳ ଜୀବନ ଭିତରେ ନିଜର ମନୋରଞ୍ଚନ କରିବା ପାଇଁ ସମସ୍ତେ ଚାହିଁଥାନ୍ତି । ତେବେ ଏଠାକୁ ଯିବାକୁ ହେଲେ ଝରିଗାଁ ସଦରମହକମା ଠାରୁ ପ୍ରାୟ ୫ କିଲୋମିଟର ରାସ୍ତା ଦେଇ ଏଠାକୁ ଯିବାକୁ ପଡିଥାଏ ।ଏହି ଜଙ୍ଗଲ ମଧ୍ୟରେ ସୁଉଚ୍ଚ ପାହାଡ଼ ସହ ରହିଛି ଝରଣା । ଯାହାକୁ ଦେଖିଲେ ଓ ଶୁଣିଲେ ଲୋକମାନେ ହୋଇଯାନ୍ତି ମୁଗ୍ଧ । ଘଞ୍ଚ ଜଙ୍ଗଲ ମଧ୍ୟରେ ବଣଭୋଜିର ଆସର ପରିବେଶକୁ ଆହୁରି ଆକୃଷ୍ଟ କରିଥାଏ । ସାଇଧାରା ଜଳପ୍ରପାତରେ ବର୍ଷା ଋତୁ ସରିଲା ପରେ ଦୀର୍ଘ ୬ ରୁ ୭ ମାସ ପର୍ଯ୍ୟନ୍ତ ଏହାର ସୌନ୍ଦର୍ଯ୍ୟ ବାନ୍ଧି ରଖେ ପର୍ୟ୍ୟଟକ ମାନଙ୍କୁ ।

 

ତେବେ ପ୍ରକୃତିରେ ଭରପୁର ଏହି ସାଇଧାରା ଜଳ ପ୍ରପାତକୁ ଜିଲ୍ଲା ପ୍ରଶାସନ ତରଫରୁ ପକ୍କା ରାସ୍ତା, ବିଶ୍ରାମ ଗାର, ଆଲୋକ ବ୍ୟବସ୍ଥା ଏବଂ ଦର୍ଶକଙ୍କ ପାଇଁ ସୁରକ୍ଷିତ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ଯାହା  ଦ୍ୱାରା ପର୍ଯ୍ୟଟକ ମାନଙ୍କର କୋଣସି ଅସୁବିଧା ରହିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ? 🔴 ଟେଲିଗ୍ରାମ ଉପରେ ସରକାରୀ ବ୍ୟାନ ବଜାୟ ରଖିଲେ ହାଇକୋର୍ଟ 🔴 ବାବୁଙ୍କ ଘରୁ ମିଳିଲାଣି ଅଧାକିଲୋ ସୁନା 🔴 ପୁଣି ରାଜନୀତିକୁ ନେଇ ମନ୍ତବ୍ୟ ଦେଲେ ପାଣ୍ଡିଆନ 🔴 ଆଜି ଆସୁଛନ୍ତି ରାଷ୍ଟ୍ରପତି 🔴 ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍ 🔴 ଆସନ୍ତାକାଲି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 🔴 ଅନୁଗୁଳରେ ଡବଲ ଏନକାଉଣ୍ଟର 🔴 ଆସନ୍ତା ୨୨ ତାରିଖ ଯାଏଁ ପ୍ରବଳ ଛେଚିବ 🔴 ୪୦୨ରନ୍ ଭାରତକୁ ବିଜୟ ଦେଇପାରେ 🔴 ପାଠ୍ୟପୁସ୍ତକ ପ୍ରସ୍ତୁତି କର୍ତ୍ତା ଓଡ଼ିଶା ଓ ଓଡ଼ିଆ ବୁଝନ୍ତି ତ?