Masthead

ମାଡ଼ି ଆସୁଛି ଉଲକା ପିଣ୍ଡ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମାଡ଼ି ଆସୁଛି ଆଉ ଏକ ଉଲକା ପିଣ୍ଡ । ପୃଥିବୀର ଖୁବ ନିକଟ ଦେଇ ଗତି କରିବ ଏହି ଉଲକା ପିଣ୍ଡ । ଘଣ୍ଟା ପ୍ରତି ୮.୨ କିଲୋମିଟର ବେଗରେ ଗତି କରୁଛି ଏହି ଉଲକା ପିଣ୍ଡ । ନାସା ପକ୍ଷରୁ ସୂଚନା ମିଳିଛି ଯେ ଏହି କ୍ଷୁଦ୍ରଗ୍ରହର ଆକାର ୪ଟି ଫୁଟବଲ ଗ୍ରାଉଣ୍ଡ ସହ ସମାନ । ଏହାର ଚଉଡା ୯୭ ମିଟର ଏବଂ ଲମ୍ବ ୨୩୦ ମିଟର । ନାସା ଏହା ମଧ୍ୟ କହିଛି ଏହାକୁ ପୃଥିବୀର ନିକଟବର୍ତ୍ତୀ କ୍ଷୁଦ୍ରଗ୍ରହ ବା ଧୂମକେତୁ ଭାବେ ପରିଭାଷିତ କରାଯାଏ ।

ଭୁବନେଶ୍ବରରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମ ଉପନିର୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି, ରବିବାର ରାତି ୧୧ଟା ୨୧ ମିନିଟ ସମୟରେ ପୃଥିବୀର ସବୁଠାରୁ ନିକଟ ଦେଇ ଗତି କରିବ ଏହି କ୍ଷୁଦ୍ରଗ୍ରହ । ସେ କହିଛନ୍ତି ଏହି କ୍ଷୁଦ୍ରଗ୍ରହ ପୃଥିବୀ ଆଡକୁ ଘଣ୍ଟା ପ୍ରତି ୨୯ ହଜାର କିଲୋମିଟର ବେଗରେ ଆସୁଛି ।

ଏହି ଉଲକା ପିଣ୍ଡର ନାମକରଣ କରାଯାଇଛି 2008GO20 । ତେବେ ଏହି ଧୂମକେତୁ ପୃଥିବୀ ସହିତ ସେତେବେଳେ ଧକ୍କା ହେବ ଯେତେବେଳେ ଏହାର ଦୂରତା ପୃଥିବୀ ଏବଂ ସୂର୍ୟ୍ୟର ଦୂରତା ଠାରୁ ୧.୩ ଗୁଣା କମ ଥିବ । ତେଣୁ ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହିତ ଧକ୍କା ହେବାର କୌଣସି ସମ୍ଭାବନା ନାହିଁ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିଛନ୍ତି । ତେଣୁ ଏହାକୁ ନେଇ ଭୟ କରିବାର କୌଣସି କାରଣ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଶେଷ ଥର ପାଇଁ ୧୯୭୭ ମସିହାରେ ପୃଥିବୀ ନିକଟରୁ ୨୯ ଲକ୍ଷ କିଲୋମିଟର ଦେଇ ଗତି କରିଥିଲା କ୍ଷୁଦ୍ରଗ୍ରହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ