Masthead

ପୁଣି ଦେଖା ହେବ ଆର ଜନ୍ମରେ…

ମାଲକାନାଗିରି (ବଡ଼ ଖବର ବ୍ୟୁରୋ):  ପ୍ରଥମ ଦେଖା ପରେ ଗଢିଉଠିଥିଲା ସମ୍ପର୍କ । ସମ୍ପର୍କ ବଢିବଢି ପ୍ରେମରେ ହୋଇଥିଲା ରୂପାନ୍ତରିତ । ପ୍ରେମକୁ ଚିରଦିନ ଅମଳିନ ରଖିବା ପାଇଁ ପ୍ରେମୀଯୁଗଳ ବିବାହ ବନ୍ଧନରେ ହୋଇଥିଲେ ଆବଦ୍ଧ । ପ୍ରେମିକ ପ୍ରେମିକାରୁ ସେମାନେ ହୋଇଥିଲେ ସ୍ୱାମୀ-ସ୍ତ୍ରୀ ।

ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନାଗିରି ସଦର ମହକୁମା ଏମଭି ୪୨ ଗାଁରେ । ମୃତ ଯୁବକ ଜଣଙ୍କ ବିକି ସିକଦର ଓ ଯୁବତୀ ଜଣଙ୍କ ହେଉଛନ୍ତି ସରିତା ସିକଦର । ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ପଂହଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ପୋଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ ଯୁବକ ଯୁବତୀ ମନ୍ଦିରରେ ପ୍ରେମ ବିବାହ କରିସାରିବା ପରେ ଏଭଳି କାଣ୍ଡ ଘଟାଇଛନ୍ତି । ଏହା ହତ୍ୟା କି ଆତ୍ମହତ୍ୟା ଜଣାପଡିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି