Masthead

ବାଇକ ଚାଳକ ହୋଇଯାଆନ୍ତୁ ସାବଧାନ,ଲାଗୁ ହେଲା ଏହି ନିୟମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ବାଇକ ଚାଳକ ହୋଇଯାଆନ୍ତୁ ସାବଧାନ । ଅମାନିଆଙ୍କୁ ଆଉ ନାହିଁ ନିସ୍ତାର । ଆପଣ ଯଦି ବାଇକ ଚଳାଉଥାନ୍ତି ତେବେ ଜାଣି ନିଅନ୍ତୁ ଏହି ନିୟମ । ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ନିୟମ । ନିୟମ ନମାନିଲେ ଗଣିବାକୁ ପଡ଼ିବ ଜରିମାନା । ନିୟମ ଖିଲାପକାରୀଙ୍କୁ ଆଉ ନାହିଁ ନିସ୍ତାର । ନୂଆବର୍ଷ ଠାରୁ ବାଇକ ଚାଳକଙ୍କ ପାଇଁ ଲାଗୁ ହେଉଛି ନୂଆ ନିୟମ । ଏଣିକି ବାଇକ୍ ଚାଳକ ସହ ପଛରେ ବସିଥିବା ଆରୋହି ହେଲମେଟ ପିନ୍ଧିବା ବାଧ୍ୟତାମଳୂକ । ଆସନ୍ତାକାଲିଠାରୁ ଲାଗୁ ହେବାକୁ ଯାଉଛି ଏହି ନିୟମ । ସୁପ୍ରିମକୋର୍ଟଙ୍କ ରୋଡ୍ ସେଫ୍ଟି କମିଟିର ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ଦୁର୍ଘଟଣା ଜନତି ମୃତ୍ୟୁ ରୋକିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତି ନେଇଛନ୍ତି ।

ଏହାସହିତ ଗାଡ଼ି କାଗଜପତ୍ର ମଧ୍ୟ ଚେକିଂ କରାଯିବ । ରଙ୍ଗସାଇଡ଼ ଡ୍ରାଇଭିଂ, ସ୍ପୀଡ଼ ଡ୍ରାଇଭିଂ ଏବଂ ନିଶା ମଦ ପିଇ ଡ୍ରାଇଭିଂ କଲେ ମଧ୍ୟ ଗଣିବେ ଜରିମାନା । ଯଦି କୌଣସି ଚାଳକ ଏହାର ନିୟମ ଉଲଘଂନ କରନ୍ତି ତାହେଲେ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।ବାଇକ ଚାଳକମାନଙ୍କୁ ଆଉ ନାହିଁ ନିସ୍ତାର । ବାଇକ ଚାଳକ ନୁହେଁ ପଛରେ ବସୁଥିବା ଲୋକଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରାଯାଇଛି । ଅନ୍ୟପଟେ ଦୁଇଜଣିଆ ହେଲମେଟ ବ୍ୟବସ୍ଥାକୁ ସାଧାରଣ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ସରକାରଙ୍କ ଏହି ନିୟମ କେତେ କାର୍ଯ୍ୟକାରୀ ହେବ ତାହା ଉପରେ ନଜର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ