କଙ୍ଗନାଙ୍କୁ ବଡ଼ ଝଟ୍‌କା

ଅଭିନେତ୍ରୀ କଙ୍ଗନା ରଣୱତ ନିଜ ବାସଭବନ ପରିସରରେ ବେଆଇନ ନିର୍ମାଣ କରିଛନ୍ତି । କୋର୍ଟରେ ଏହା ସ୍ପଷ୍ଟ ହୋଇଛି । ଶନିବାର ମୁମ୍ବାଇର ଦିଣ୍ଡୋଶୀ ସିଭିଲ କୋର୍ଟରେ ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି । ଫଳରେ କଙ୍ଗନାଙ୍କୁ ବଡ଼ ଝଟ୍‌କା ମିଳିଛି। କଙ୍ଗନାଙ୍କ ବାସଭବନରେ ଅବୈଧ ନିର୍ମାଣ କରାଯାଇଥିବା ନେଇ ବିଏମସି ପକ୍ଷରୁ ଅଭିଯୋଗ କରାଯାଇଥିଲା । କଙ୍ଗନା ଏହାକୁ ଖଣ୍ଡନ କରିବା ସହିତ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିଭିଲ କୋର୍ଟ କଙ୍ଗନାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି ।

କୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, କଙ୍ଗନା ଘର ନିର୍ମାଣ ସମୟରେ ନିୟମର ଗମ୍ଭୀର ଉଲ୍ଲଂଘନ କରିଛନ୍ତି । ସେ ୩ଟି ଫ୍ଲାଟ୍‌କୁ ଗୋଟିଏ ୟୁନିଟରେ ପରିବର୍ତ୍ତନ କରିଛନ୍ତି । ସେ ନିଜ ସୁବିଧା ଅନୁସାରେ ସଙ୍କ ଅଞ୍ଚଳ, ଡକ୍ଟ ଅଞ୍ଚଳ ଏବଂ ସାଧାରଣ ରାସ୍ତାକୁ ଅଧିଗ୍ରହଣ କରିନେଇଛନ୍ତି । ଏହାଦ୍ୱାରା ସ୍ୱୀକୃତ ଯୋଜନାର ଉଲ୍ଲଂଘନ ହୋଇଛି । କଙ୍ଗନାଙ୍କ ଓକିଲ କୋର୍ଟଙ୍କ ଆଦେଶ ଉପରେ ଆପତ୍ତି ଉଠାଇ କହିଛନ୍ତି, ବିଏମସି ପକ୍ଷରୁ ନୋଟିସରେ କିଛି ସ୍ପ‌ଷ୍ଟ ଭାବେ କୁହାଯାଇ ନାହିଁ । ତେଣୁ କଙ୍ଗନା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଓକିଲ କହିଛନ୍ତି । ବିଏମସି ନୋଟିସରେ ୮ଟି ନିୟମ ଉଲ୍ଲଂଘନ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ବିଏମସି ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ