Masthead

କଙ୍ଗନାଙ୍କୁ ବଡ଼ ଝଟ୍‌କା

ଅଭିନେତ୍ରୀ କଙ୍ଗନା ରଣୱତ ନିଜ ବାସଭବନ ପରିସରରେ ବେଆଇନ ନିର୍ମାଣ କରିଛନ୍ତି । କୋର୍ଟରେ ଏହା ସ୍ପଷ୍ଟ ହୋଇଛି । ଶନିବାର ମୁମ୍ବାଇର ଦିଣ୍ଡୋଶୀ ସିଭିଲ କୋର୍ଟରେ ମାମଲାର ଶୁଣାଣି ସମୟରେ କୋର୍ଟ ଏହା କହିଛନ୍ତି । ଫଳରେ କଙ୍ଗନାଙ୍କୁ ବଡ଼ ଝଟ୍‌କା ମିଳିଛି। କଙ୍ଗନାଙ୍କ ବାସଭବନରେ ଅବୈଧ ନିର୍ମାଣ କରାଯାଇଥିବା ନେଇ ବିଏମସି ପକ୍ଷରୁ ଅଭିଯୋଗ କରାଯାଇଥିଲା । କଙ୍ଗନା ଏହାକୁ ଖଣ୍ଡନ କରିବା ସହିତ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍‌ ଲଗାଇବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସିଭିଲ କୋର୍ଟ କଙ୍ଗନାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି ।

କୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, କଙ୍ଗନା ଘର ନିର୍ମାଣ ସମୟରେ ନିୟମର ଗମ୍ଭୀର ଉଲ୍ଲଂଘନ କରିଛନ୍ତି । ସେ ୩ଟି ଫ୍ଲାଟ୍‌କୁ ଗୋଟିଏ ୟୁନିଟରେ ପରିବର୍ତ୍ତନ କରିଛନ୍ତି । ସେ ନିଜ ସୁବିଧା ଅନୁସାରେ ସଙ୍କ ଅଞ୍ଚଳ, ଡକ୍ଟ ଅଞ୍ଚଳ ଏବଂ ସାଧାରଣ ରାସ୍ତାକୁ ଅଧିଗ୍ରହଣ କରିନେଇଛନ୍ତି । ଏହାଦ୍ୱାରା ସ୍ୱୀକୃତ ଯୋଜନାର ଉଲ୍ଲଂଘନ ହୋଇଛି । କଙ୍ଗନାଙ୍କ ଓକିଲ କୋର୍ଟଙ୍କ ଆଦେଶ ଉପରେ ଆପତ୍ତି ଉଠାଇ କହିଛନ୍ତି, ବିଏମସି ପକ୍ଷରୁ ନୋଟିସରେ କିଛି ସ୍ପ‌ଷ୍ଟ ଭାବେ କୁହାଯାଇ ନାହିଁ । ତେଣୁ କଙ୍ଗନା ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ତାଙ୍କ ଓକିଲ କହିଛନ୍ତି । ବିଏମସି ନୋଟିସରେ ୮ଟି ନିୟମ ଉଲ୍ଲଂଘନ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ବିଏମସି ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି