Masthead

ଠକୁଛନ୍ତି ଠିକାଦାର

ତମ ଟଙ୍କା ଆମକୁ ଦିଅ ଆମେ ଘର କରିଦେବୁ

ନବରଙ୍ଗପୁର/ଉମରକୋଟ(ବଡ଼ ଖବର ବ୍ୟୁରୋ): ଗରିବ ଆଦିବାସୀଙ୍କ ପାଇଁ ସରକାରଙ୍କ ତରଫରୁ ବହୁ ଯୋଜନା ଆସୁଛି । ଆଦିବାସୀ ହିତାଧିକାରୀଙ୍କ ସରଳତା ଓ ଅସଚେତନତା ଯୋଗୁଁ ଠକୁଛନ୍ତି ଠିକାଦାର । ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକର ବିଭିନ୍ନ ପଞ୍ଚାୟତରେ । ନିଜ ନାଁରେ ଆବାସ ଗୃହ ଥାଇ ବି କୁଡ଼ିଆ ଘରେ କାଳାତିପାତ କରୁଛନ୍ତି ଡାଳିମ୍ବ ଖୋରା । ଆବାସ ଗୃହ ପାଇଁ ଆସିଥିବା ଟଙ୍କାକୁ ଦେଇଦେଇଛନ୍ତି ଜଣେ ଠିକାଦାରଙ୍କୁ । ଚାରି ବର୍ଷହେବ ଲକ୍ଷେ ଟଙ୍କା ନେଇ ଠକିଦେଇଛି ବିଷ୍ଣୁ ଠିକାଦାର । ଅଧ ପନ୍ତରିଆ କରି ଛାଡ଼ି ଚାଲିଯାଇଛି ଆବାସ ଗୃହକୁ । ବାରମ୍ବାର କହିବା ସତ୍ୱେ ବି କାମ ସାରୁନି। ଠିକାଦାରଙ୍କ ପାଖକୁ ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି ହିତାଧିକାରୀ । ଆଜି କାଲି କରିଦେବି କହି ହିତାଧିକାରୀଙ୍କ ଠୁ ଟଙ୍କାନେଇ କାମ ନକରି ଠକୁଛନ୍ତି ଠିକାଦାର ।

ଖାଲି ଡାଳିମ୍ବ ନୁହନ୍ତି, ଏପରି ଅନେକ ଗରିବ ହିତାଧିକାରୀ ଠିକାଦାରଙ୍କ ଠକାମିର ଶିକାର ହେଉଛନ୍ତି । ଅନ୍ୟ ପକ୍ଷରେ ବିଭାଗୀୟ ଅଧିକାରୀ ଗୃହ ନିର୍ମାଣ ପାଇଁ ହିତାଧିକାରୀଙ୍କୁ କାର୍ୟ୍ୟାଦେଶ ସହ ଗୃହ ନିର୍ମାଣ ଟଙ୍କା ସିଧାସଳଖ ଆକାଉଣ୍ଟରେ ଦେଇ ନିଜ ଦାୟିତ୍ଵ ସାରିଦେଉଛନ୍ତି । ଏହାର ଫାଇଦା ଉଠାଉଛନ୍ତି ଠକ ଠିକାଦାର । ଆବାସ ଯୋଜନାରେ ଗୃହ ନିର୍ମାଣର କାର୍ୟ୍ୟାଦେଶ ପାଇବା ପରେ ଠିକାଦାର ମାନେ ହିତାଧିକାରୀ ମାନଙ୍କ ପାଖକୁ ଆସି ‘ତମେ ଘର କରିପାରିବ ନାହିଁ ବ୍ଲକ ଅଫିସକୁ ବାରମ୍ବାର ଯିବାକୁ ପଡିବ, ବ୍ଲକର କେହି ତମକୁ ଚିହ୍ନିବେ ନାହିଁ’ ତମ ଟଙ୍କା ଆମକୁ ଦିଅ ଆମେ ଘର କାମ କରିଦେବୁ କହି ହିତାଧିକାରୀଙ୍କ ଠାରୁ କାର୍ୟ୍ୟାଦେଶ, ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟ ନେଇଯିବା ପରେ କାମ ଅଧାକରି ଛାଡ଼ି ଦେଇଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ ।

କେନ୍ଦ୍ର ସରକାର ୨୦୨୨ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଇବାର ପରିକଳ୍ପନାକରି ଯୋଜନା କରିଛନ୍ତି । ତେବେ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ତୃଣମୂଳ ସ୍ତରରେ ଏହି ଯୋଜନା ପହଞ୍ଚି ପାରୁନାହିଁ ଗରିବ ହିତାଧିକାରୀଙ୍କ ପାଖରେ । କିଛି ମଧ୍ୟସ୍ଥି ବା ଠକ ଠିକାଦାର ଘର କରିଦେବାକୁ କହି ଗରିବ ଅଶିକ୍ଷିତ ଆଦିବାସୀ ହିତାଧିକାରୀଙ୍କୁ ଲୁଟୁଚନ୍ତି । ଏଣୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଲେ ଯୋଜନା ର ସୁଫଳ ମିଳିପାରନ୍ତା ବୋଲି କହିଛନ୍ତି ହିତାଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା