Masthead

ବଢୁଛି ପ୍ରତାପଙ୍କ ଅଡୁଆ

ମାହାଙ୍ଗା(ବଡ଼ ଖବର ବ୍ୟୁରୋ): ମାହାଙ୍ଗାରେ ବିଜେପି ନେତାଙ୍କ ହତ୍ୟା ଘଟଣାକୁ ନେଇ ବଢୁଛି ବିବାଦ । ଏନେଇ ବିଜେପି ସିଧାସଳଖ ଭାବେ ବିଜେଡିକୁ ଟାର୍ଗେଟ କରିଛି । ନ୍ୟାୟ ପାଇଁ କଟକରେ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହି ଘଟଣାରେ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବୀ  କରିଛି ବିଜେପି। ମୃତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଦୁର୍ନୀତିକୁ ନେଇ ସାମ୍ନାକୁ ଆସିଥିଲେ । ଏଥିପାଇଁ ତାଙ୍କ ଜୀବନ ବିପଦ ଥିବାର କଥା ବହୁବାର ପ୍ରଶାସନକୁ ଜଣାଇଥିଲେ । ହେଲେ ପୋଲିସ ସୁରକ୍ଷା ପାଇଁ କୋଣସି ପଦକ୍ଷେପ ନେଇନଥିଲା । ରାଜନୈତିକ ଦଳ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଇଶାରାରେ ଏପରି ହେଉଥିବାର ଅଭିଯୋଗ ଆସିଛି । ତେବେ ଶାସକ ଦଳର ମନମୁଖି ରାଜୁତି କରିବାର ଆରୋପ ଆଣିଛି ବିଜେପି ।ଅପରାଜିତା ଷଡଙ୍ଗୀ କଡା ପଦକ୍ଷେପ ଗ୍ରହଣ କରିବାପାଇଁ ଟ୍ୱିଟ ଯୋଗେ ସୂଚାଇଛନ୍ତି ।

ସେହିପରି ସମ୍ବିତ ପାତ୍ର ଟ୍ୱିଟ ଯୋଗେ କହିଛନ୍ତି ଯେ, ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ବିରୁଦ୍ଧରେ ସ୍ୱର ଉଠାଥିବାରୁ ବିଜେପି ନେତା କୁଳମଣି ବରାଳଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ଏଫଆଇଆରରେ ମନ୍ତ୍ରୀଙ୍କ ନାମ ଉଲ୍ଲେଖ ଥିବା ପରେ ବି କୋଣସି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ