Masthead

କିଛି ସମୟ ମଧ୍ୟରେ କେନ୍ଦ୍ର-କୃଷକ ଆଲୋଚନା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): କୃଷି ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସହିତ ଆଜି କେନ୍ଦ୍ର ସରକାରଙ୍କ ପ୍ରତିନିଧି ଦଳ ସପ୍ତମ ପର୍ଯ୍ୟାୟ ଆଲୋଚନା କରିବେ । ଡିସେମ୍ବର ୩୦ରେ ହୋଇଥିବା ଷଷ୍ଠ ପର୍ଯ୍ୟାୟ ଆଲୋଚନାରେ କୃଷକଙ୍କ ୨ଟି ଦାବି ପୂରଣ ହୋଇଥିଲା । ଆଜି କୃଷି ଆଇନ ପ୍ରତ୍ୟାହାର ଓ ଏମଏସପି ପ୍ରସଙ୍ଗରେ ଆଲୋଚନା ହେବ । କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ଅଟଳ ରହିଥିବାବେଳେ ସରକାର ଆଇନ ପ୍ରତ୍ୟାହାର କରିବାକୁ ମନା କରିଛନ୍ତି । ଉଭୟ ପକ୍ଷ ନିଜ ଦାବିରେ ଅଟଳ ରହିଛନ୍ତି ।

ଆଜିର ବୈଠକର ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଉପରେ ସରକାର, ବିରୋଧୀ ଓ କୃଷକଙ୍କ ଉପରେ ନଜର ରହିଛି । ଅନ୍ୟପଟେ ସମାଧାନର ବାଟ ବାହାରିବା ନେଇ ଆଶାବାଦୀ ଅଛନ୍ତି କେନ୍ଦ୍ର ସରକାର । କୃଷି ଆଇନ ପ୍ରତ୍ୟାହାର ଦାବିରେ କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ଆଜି ୪୦ ଦିନରେ ପହଂଚିଛି । ଅସହ୍ୟ ଶୀତ କାକରରେ କୃଷକମାନେ ଆନ୍ଦୋଳନ ଚଳାଇଥିବାବେଳେ ଶନିବାର ରାତିରେ ଦିଲ୍ଲୀରେ ଲଗାଣ ବର୍ଷା ଯୋଗୁଁ ସେମାନଙ୍କ ଦୁର୍ଦ୍ଦଶା ଦ୍ୱିଗୁଣିତ ହୋଇଛି । ବର୍ଷାରୁ ରକ୍ଷା ପାଇବା ପାଇଁ କୃଷକମାନେ ତମ୍ବୁ ମଧ୍ୟରେ ଆଶ୍ରୟ ନେଇଛନ୍ତି । ପଞ୍ଜାବ ଓ ଦିଲ୍ଲୀ ସଂଲଗ୍ନ ତିନିଟି ସୀମାନ୍ତ ସ୍ଥାନ ସିଙ୍ଘୁ, ଟିକ୍ରି ଓ ଘାଜିପୁରରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ 🔴 ମହାବାହୁଙ୍କ କ୍ଷଣିକ ଦର୍ଶନ ଖେଳାଇବ ଶିହରଣ 🔴 ‘୨୪ ବର୍ଷ ନୁହେଁ ୨୪ ମିନିଟ୍‌ ଯଥେଷ୍ଟ’ 🔴 ସରହଦରେ ରାସ୍ତା ପାଇଁ କଟା ଯିବ ଜଙ୍ଗଲ 🔴 ନବୀନଙ୍କୁ ନବରଙ୍ଗପୁର ଜିଲ୍ଲାରେ ଲାଗିଲା ଧକ୍କା 🔴 ୪୫ କୋଟିର ଡ୍ରଗ୍ସ ଜବତ 🔴 ଦିନ ୨ଟା ଯାଏଁ ଜଗା ଦର୍ଶନ ବନ୍ଦ 🔴 ଆଜିଠୁ ବଢ଼ିବ ବର୍ଷା 🔴 ଆମେରିକାକୁ ଏୟାର ଡିିଫେନ୍ସ ସିଷ୍ଟମ ମାଗିଲା ପାକିସ୍ତାନ 🔴 ଆଇଇଡି ବିସ୍ଫୋରଣ, ASP ସହିଦ 🔴 ଆଜି ଦ୍ୱିତୀୟ ରଥଯାତ୍ରା ସମନ୍ୱୟ ବୈଠକ