Masthead

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ବୋଲଗଡ଼ ଥାନା ବଙ୍କୋଇ ଗ୍ରାମର ବ୍ରଜବନ୍ଧୁ ସାହୁ ୨୦୧୯ ଅଗଷ୍ଟ ମାସରେ ଟ୍ରେଡ଼ ୟୁନାଇଟେଡ଼ ନାମକ ଏକ ବିଦେଶୀ ୱେବସାଇଟରେ କାଠ ଯୋଗାଇଦେବାର ସୂଚନା ଦେଇଥିଲା । ବ୍ରଜବନ୍ଧୁ ନିଜ କାଠ ଗୋଲାର ବ୍ୟାଙ୍କ ଖାତା ନମ୍ବର ସହିତ ସମସ୍ତ କାଗଜପତ୍ର ଦେଇଥିଲେ । ସେହି ସଂସ୍ଥାରୁ କାଠ କିିଣିବା ପାଇଁ ୧୬ ଲକ୍ଷ ୩୨ ହଜାର ଟଙ୍କା ବ୍ୟାଙ୍କରୁ ରୁଣ କରି ଉକ୍ତ ସଂସ୍ଥାକୁ ପଠାଇଥିଲେ । ଚୁକ୍ତି ଅନୁଯାୟୀ, ୨୦୧୯ ଅଗଷ୍ଟ ୩୦ରେ କାଠ ଜାହାଜ ଲାଗିବାର ସୂଚନା ଦିଆଯାଇଥିଲା । କିନ୍ତୁ ପରବତ୍ତିୀ ସମୟରେ କୌଣସି କାଠ ଆସିନଥିଲା ।

ୟୁନାଇଟେଡ଼ ଲିମିଟେଡ଼ ବିଦେଶୀ ସଂସ୍ଥା ତାଙ୍କ ଠାରୁ ଠକି ନେଇଥିବା ବ୍ରଜବନ୍ଧୁ ନିଜେ ଜାଣିବାକୁ ପାଇଥିଲେ । ପରେ ଏନେଇ ବ୍ରଜବନ୍ଧୁ ବୋଲଗଡ଼ ଥାନା ମୁଖ୍ୟମନ୍ତ୍ରୀ ଅଫିସ, ସାଇବର ଥାନା ଓ ଖୋର୍ଦ୍ଧା ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ବ୍ରଜବନ୍ଧୁୁକୁ ନ୍ୟାୟ ନମିଳିଲେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆତ୍ମାହୁତି ଉଦ୍ୟମ କରିବେ ବୋଲି ଧମକ ଦେଇଥିଲେ । ଆଜି ବ୍ରଜବନ୍ଧୁୁ ନିଜେ କିରୋସିନି ଢାଳି ଆତ୍ମାହୁତି ଉଦ୍ୟମ କରିବାକୁ ଯାଉଥିବାବେଳେ ବ୍ରଜବନ୍ଧୁୁଙ୍କୁ ଉଠାଇ ନେଇଛି ଖୋର୍ଦ୍ଧା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ