Masthead

ସରକାରୀ ସାହାଯ୍ୟ ସାତ ସ୍ୱପ୍ନ

ମୟୂରଭଞ୍ଜ (ବଡ଼ ଖବର ବ୍ୟୁରୋ): ଅସହାୟ ହୋଇପଡିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ମରର୍ଦା ଗାଁର ଚାରି ବର୍ଷର କୁନି ଝିଅ ଦିଵ୍ୟାସା । ଯେଉଁ ସମୟରେ ଖେଳକୁଦରେ ଓ ପାଠ ପଢ଼ାରେ ଆଗକୁ ବଢିବା କଥା ସେ ସମୟରେ ପଛେଇଯାଇଛି କୁନି ଦିଵ୍ୟାସା । ଆଖି କର୍କଟରେ ସମ୍ପୂର୍ଣ ନଷ୍ଟ ହୋଇଯାଇଛି ତାର ବାମ ଆଖି । ଦିନମଜୁରିଆ ଥିବା ବାପା ବସନ୍ତ କୁମାର ଭୋଳ ମା ମନୋରମା ଭୋଳ  ରଖିଥିବା ଧନ ସମ୍ପୂର୍ଣ ଖର୍ଚ୍ଚ କରିସାରିବା ପରେ ଥକିପଡିଛନ୍ତି ।

ସମାଜ ପାଖରେ ହାର ମାନିଛନ୍ତି ।ବିଭିନ୍ନ ରାଜନେତା, ପ୍ରଶାସନିକ ଅଧିକାରୀ ବାରମ୍ବାର ହତାଶ କରିଛନ୍ତି, ସେଥିପାଇଁ ସରକାର ଏବଂ ସରକାରୀ ବାବୁମାନଙ୍କ ଉପରୁ ଉଠିଯାଇଛି ତାଙ୍କ ଆଶା ଭରସା । ବାରମ୍ବାର ଅଭିଯୋଗ ପରେ ମଧ୍ୟ ମିଳୁନି କିଛି ସୁଫଳ । କେନ୍ଦ୍ର ସରକାର ଓ ଓଡିଶା ସରକାରଙ୍କ ଦିବ୍ୟାଙ୍ଗଙ୍କୁ ପ୍ରଥମ ସାହାଯ୍ୟ ଓ ସମ୍ମାନ ନୀତିକୁ ମିଳୁନି ଉଚିତ ନ୍ୟାୟ । ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡିଓଙ୍କ ପର୍ଯ୍ୟନ୍ତ ଗୁହାରି କରି କରି ନୟାନ୍ତ ହୋଇ ସାରିଲେଣି । ହେଲେ କେହି ଏ ବାବଦରେ କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି । ଦିବ୍ୟାଙ୍ଗଙ୍କୁ ସମ୍ମାନ ଆଉ ଉନ୍ନତି ପାଇଁ ମାଳ ମାଳ ସରକାରୀ ଯୋଜନା ଥିବାବେଳେ ସ୍ଥାନୀୟ ପ୍ରଶାସନିକ ବାବୁ ମାନଙ୍କ ବେପରୱା ମନୋଭାବ ପାଇଁ ଯୋଜନା କିଛି ହିତାଧିକାରୀଙ୍କ ପାଖକୁ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ